ୱାସିଂଟନ : ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ଙ୍କର ଝିଆରୀ ମୀନା ଏବେ ଚର୍ଚ୍ଚାରେ। କମଳା ଆମେରିକାର ଉପରାଷ୍ଟ୍ରପତି ହେବା ପରେ ମୀନା ତାଙ୍କ ପଦର ଦୁରୁପଯୋଗ କରି ନିଜର ପ୍ରଚାର କରୁଥିବା ଅଭିଯୋଗ ଆସିଛି। ଏଥିପାଇଁ ହ୍ବାଇଟ୍ ହାଉସ୍ ପକ୍ଷରୁ ମୀନାଙ୍କୁ ସତର୍କ କରାଇ ଦିଆଯାଇଛି। ସେ ନିଜର ପ୍ରଚାର ପାଇଁ ଉପରାଷ୍ଟ୍ରପତିଙ୍କ ନାମକୁ ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଛି। ଲସ ଏେଞ୍ଜଲସ୍ ଟାଇମ୍ସରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ମୀନା ଜଣେ ଆଇନଜୀବୀ ଓ ଉଦ୍ୟୋଗୀ ମଧ୍ୟ। ହାର୍ଭାର୍ଡରେ ଆଇନ ଶିକ୍ଷା ଲାଭ କରିବା ପରେ ଗତ ସେ ଗୋଟିଏ କମ୍ପାନି ସ୍ଥାପନ କରିଛନ୍ତି। ସାମାଜିକ ସଚେତନତା ବାର୍ତ୍ତା ଥିବା ଟି-ସାର୍ଟ ଏବଂ ସ୍ବେଟସାର୍ଟ ମୀନାଙ୍କ କମ୍ପାନି ବିକ୍ରି କରିଥାଏ। ମୀନା କମଳାଙ୍କ ନାମ ଏବଂ ତାଙ୍କ ସହ ଜଡ଼ିତ କୌଣସି ପ୍ରସଙ୍ଗକୁ ନେଇ କୌଣସି ପୋଷାକ ପ୍ରସ୍ତୁତ ନକରିବା ଏବଂ ବହି ନଲେଖିବା ପାଇଁ ହ୍ବାଇଟ୍ ହାଉସ୍ ଟିମ୍ ତାଙ୍କୁ ସତର୍କ କରାଇଛି।
କମଳା ହାରିସ୍ଙ୍କ ଝିଆରୀଙ୍କୁ ସତର୍କ କରାଇଲା ହ୍ବାଇଟ୍ ହାଉସ୍ : ନିଜ ବ୍ରାଣ୍ଡ୍ର ପ୍ରଚାର ପାଇଁ ଉପରାଷ୍ଟ୍ରପତିଙ୍କ ନାମ ବ୍ୟବହାର କରିପାରିବନି
/sambad/media/post_attachments/wp-content/uploads/2021/02/kamala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)