ଅବୈଧ ସମ୍ପର୍କ ପାଇଁ କୁକୁରକୁ ଘରୁ କାଢ଼ିଦେଲେ ମାଲିକ

ତିରୁବନନ୍ତପୁରମ: କୁକୁରର ଅବୈଧ ସମ୍ପର୍କ ଥିବା କଥା କହି ଜଣେ ମାଲିକ ନିଜର ପୋଷା କୁକୁରକୁ ଘରୁ ତଡ଼ିଦେଇଛନ୍ତି | କେରଳ ତିରୁବନନ୍ତପୁରମରେ ଏଭଳି ଏକ ଘଟଣା ଘଟିଛି | ରବିବାର ରାତିରେ ପ୍ରବଳ ବର୍ଷା ହେଉଥିବାବେଳେ କୁକୁରଟିକୁ ତାହାର ମାଲିକ ଘରୁ ତଡ଼ିଦେଇଥିଲେ | କୁକୁରଟି ବିପଦ ଅବସ୍ଥାରେ ରାସ୍ତାରେ ବୁଲୁଥିବାବେଳେ ତାହାକୁ ପିପୁଲ ଫର ଆନିମଲସର ସଚିବ ଲତା ଉଦ୍ଧାର କରିଥିଲେ | ତେବେ କୁକୁରଟିର ବେକରେ ଏକ ଚିଠି ଲେଖାଯାଇ ଝୁଲାଯାଇଥିବାର ଦେଖିବାକୁ ମିଳିଥିଲା |

ଏହି ଚିଠିରେ କୁକୁର ମାଲିକ ଜଣକ ଲେଖିଥିଲେ ଯେ ଏହି କୁକୁରର ଅନ୍ୟ କୁକୁରଙ୍କ ସହ ଅବୈଧ ସମ୍ପର୍କ ଥିବାରୁ ତାହାକୁ ଘରୁ ତଡିଦିଆଯାଇଛି | ମାଲିକ ଜଣକ ଲେଖିଥିଲେ ଯେ କୁକୁରଟିର ଭଲ ଭାବେ ଯତ୍ନ ନିଆଯାଉଥିବାବେଳେ ପ୍ରତି ୫ ଦିନରେ ଥରେ ଗାଧୋଇଦିଆଯାଇଥାଏ | ତେବେ କୁକୁରଟିର ବଦଗୁଣ ହେଉଛି ଯେ ସେ ଲମ୍ବା ସମୟ ଯାଏଁ ଭୁକିଥାଏ |

ଏହା ଲେଖି ମାଲିକ ଜଣକ ପମୋରିୟାନ ପ୍ରଜାତିର ଏହି କୁକୁରକୁ କାଢ଼ିଦେଇଥିଲେ | ତେବେ ପିପୁଲସ ଫର ଆନିମଲସ ସଦସ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି କିଭଳି ଏତେ ନିଷ୍ଠୁର ହୋଇପାରିବ | ପଶୁଟି କଥା କହିପାରେନି ବୋଲି ଏଭଳି କଣ କରାଯାଏ | ଏବେ ଏହି ମାଲିକଙ୍କୁ ଖୋଜିବାକୁ ସିସିଟିଭି କ୍ୟାମେରାର ସହାୟତା ନିଆଯାଇଛି|

ସମ୍ବନ୍ଧିତ ଖବର