ୱାସିଂଟନ୍: ରବିବାର ରାତିରେ ଉଦ୍ଧାର କରାଯାଇଥିବା ଯେଉଁ ‘ହ୍ବାଇଟ୍ ପାଉଡର୍’ (ଧଳା ପାଉଡର୍) ଯୋଗୁଁ ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ରୁ ଜନସ୍ଥାନାନ୍ତରଣ କରାଯାଇଥିଲା ତାହା ପ୍ରକୃତରେ କୋକେନ୍ ବୋଲି ଆମେରିକୀୟ ଗଣମାଧ୍ୟମରୁ ସୂଚନା ସଂଗ୍ରହ କରି ‘ଅଲ୍ ଜଜିରା’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ରବିବାର ରାତି ପ୍ରାୟ ୮.୪୫ରେ ଅନେକଙ୍କ ପ୍ରତି ଉନ୍ମୁକ୍ତ ଥିବା ହ୍ବାଇଟ୍ ହାଉସ୍ର ୱେଷ୍ଟ୍ ଉଇଙ୍ଗ୍ରୁ ‘ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ୍’ମାନେ ଉକ୍ତ ପାଉଡର୍ ଉଦ୍ଧାର କରିଥିଲେ। ଫଳରେ ସ୍ବଳ୍ପ ସମୟ ପାଇଁ ହ୍ବାଇଟ୍ ହାଉସ୍ରୁ ଜନସ୍ଥାନାନ୍ତରଣ କରାଯାଇଥିଲା।
ମିଳିଥିବା ଧଳା ପଦାର୍ଥକୁ ତୁରନ୍ତ ପରୀକ୍ଷା କରିବା ଲାଗି ଅଗ୍ନିଶମ ଓ ଜରୁରୀ ସେବା କର୍ମଚାରୀମାନେ ପହଞ୍ଚିଥିଲେ। ସେଗୁଡ଼ିକ କୋକେନ୍ ବୋଲି ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି।
 Image Courtesy of Reutersକିନ୍ତୁ, କୌଣସି ବିବରଣୀ ନ ଦେଇ ‘ସିକ୍ରେଟ୍ ସର୍ଭିସ୍’ କେବଳ କହିଛି କି, ଉଦ୍ଧାର କରାଯାଇଥିବା ପଦାର୍ଥର ପରୀକ୍ଷା କରାଯାଇଛି।
ଏ ପଦାର୍ଥ ହ୍ବାଇଟ୍ ହାଉସ୍କୁ କିପରି ଆସିଲା ସେ ବିଷୟରେ ତଦନ୍ତ କରାଯିବ ବୋଲି ରାଷ୍ଟ୍ରପତିଙ୍କ ନିରାପତ୍ତା ଦାୟିତ୍ବରେ ଥିବା ‘ସିକ୍ରେଟ୍ ସର୍ଭିସ୍’ କହିଛି।
ଉକ୍ତ ପାଉଡର୍ ଉଦ୍ଧାର କରାଯିବା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ବାଇଟ୍ ହାଉସ୍ରେ ନ ଥିଲେ। ସପ୍ତାହାନ୍ତ ବିତାଇବା ପାଇଁ ଶୁକ୍ରବାର ଦିନ ସପରିବାର ସେ କ୍ୟାମ୍ପ୍ ଡେଭିଡ୍ ଯାଇଥିଲେ। ମଙ୍ଗଳବାର ଦିନ ସେ ହ୍ବାଇଟ୍ ହାଉସ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/wh.jpg)