୨୯ ବର୍ଷ ପରେ ଦେଖାଗଲା ଦୁର୍ଲଭ ଧଳା ତିମି

ମେଲବୋର୍ଣ୍ଣ: ୨୯ ବର୍ଷ ପରେ ଦକ୍ଷିଣ ଅଷ୍ଟ୍ରେଲିଆର ସମୁଦ୍ରରେ ଏକ ବିରଳ ଧଳା ତିମି ଦେଖିବାକୁ ମିଳିଛି | ୧୯୯୧ ରେ ଏହି ତିମି ପ୍ରଥମେ ଦେଖାଯାଇଥିଲା | ଏହି ବିରଳ ଧଳା ତିମିର ନାମ ମିଗାଲୁ ରଖାଯାଇଥିବାବେଳେ ଏହା ଆଣ୍ଟାର୍କଟିକାରୁ ଭ୍ରମଣ କରି କ୍ୱିନ୍ସଲାଣ୍ଡ ଉପକୂଳକୁ ଆସିଛି | କୁଇନ୍ସଲ୍ୟାଣ୍ଡ ଉପକୂଳଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ସମୁଦ୍ରରେ ମିଗାଲୁକୁ ଠାବ କରାଯାଇଥିବାବେଳେ ଏବେ ଜୀବବିଜ୍ଞାନୀମାନେ ଅନୁସନ୍ଧାନ କରିବାରେ ଲାଗିପଡିଛନ୍ତି |


ମାକେୟାର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବୈଜ୍ଞାନିକ ଡ. ଭେନେସା ପିରୋଟା କହିଛନ୍ତି ଯେ ଉପକୂଳରୁ କିମ୍ବା ଦୂରରୁ ଦେଖି ଚିହ୍ନିବା କଷ୍ଟକର। କିନ୍ତୁ ଯେଉଁମାନେ ଏହାକୁ ପୂର୍ବରୁ ଦେଖିଛନ୍ତି ସେମାନେ ସହଜରେ ଚିହ୍ନି ପାରିବେ |

ଏହାର ରଙ୍ଗ ହେତୁ ଏହା ବିରଳ ହୋଇଥିବାବେଳେ ପ୍ରତିବର୍ଷ ମେ ରୁ ନଭେମ୍ବର ମଧ୍ୟରେ ଏହି ପ୍ରଜାତି ଆଣ୍ଟାର୍କଟିକାରୁ ଅଷ୍ଟ୍ରେଲିଆ ଆଡକୁ ଆସିଥାଏ | ତେବେ ଏହି ବର୍ଷ ଦୃଷ୍ଟିଗୋଚର ହୋଇଥିବାରୁ ଜୀବବିଜ୍ଞାନୀଙ୍କ ଉତ୍କଣ୍ଠା ବଢିଯାଇଛି | ଅନ୍ୟପଟେ କିଛି ଜୀବ ବିଜ୍ଞାନୀ ଏହା ଧଳା ତିମି ନା ରଙ୍ଗ ବିଭେଦ କାରଣରୁ ଏଭଳି ହୋଇଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି |

ସମ୍ବନ୍ଧିତ ଖବର