ଜେନିଭା: ସମଗ୍ର ପୃଥିବୀରେ ମୋଟାମୋଟି ପ୍ରତି ୧୦ ଜଣ ଲୋକରେ ଜଣେ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ‘ବେଷ୍ଟ୍‌ ଏଷ୍ଟିମେଟ୍ସ୍’ ବା ଆପାତତଃ ସଠିକ ଆକଳନରୁ ଜଣାପଡୁଥିବା କଥା ଏହାର ଜରୁରୀକାଳୀନ ମୁଖ୍ୟ ଡାକ୍ତର ମାଇକେଲ୍ ରିୟାନ୍ କହିଛନ୍ତି।

Advertisment

ସୋମବାର ଦିନ କୋଭିଡ୍-୧୯ ସଂକ୍ରାନ୍ତରେ ଆୟୋଜିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୩୪ ସଦସ୍ୟବିଶିଷ୍ଟ ଏକ୍ଜିକ୍ୟୁଟିଭ୍ ବୋର୍ଡ ବୈଠକରେ ଭାଷଣ ଦେବା ବେଳେ ଡାକ୍ତର ମାଇକେଲ୍ ରିୟାନ୍ କହିଲେ, ନଗରାଞ୍ଚଳ ଓ ଗ୍ରାମାଞ୍ଚଳ ଏବଂ ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଉପରୋକ୍ତ ଆକଳନ ସଂଖ୍ୟା ମେଳ ଖାଇ ନ ପାରେ, କିନ୍ତୁ ଏହାର ପ୍ରକୃତ ଅର୍ଥ ହେଉଛି ପୃଥିବୀର ବହୁଳାଂଶ ଜନତାଙ୍କ ପ୍ରତି ବିପଦ ରହିଛି।

publive-image Image Courtesy of Bloomberg

୭୬୦ ନିୟୁତରୁ ଅଧିକ ଲୋକ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ବୋଲି କରାଯାଇଥିବା ଏହି ଆକଳନ ସାମ୍ପ୍ରତିକ ବିଶ୍ବ ଜନସଂଖ୍ୟା ୭.୬ ଶହ କୋଟି ଉପରେ ଆଧାରିତ। ଏହି ଆକଳନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏବଂ ‘ଜନ୍ସ୍ ହପ୍‌କିନ୍ସ୍‌ ୟୁନିଭର୍ସିଟି’ ରଖିଥିବା ‘କନ୍‌ଫର୍ମଡ୍‌ କେସେସ୍’ ହିସାବ ଠାରୁ ଯଥେଷ୍ଟ ଅଧିକ। ସମ୍ପ୍ରତି ସମଗ୍ର ବିଶ୍ବରେ ୩୫ ନିୟୁତରୁ ଅଧିକ ‘କନ୍‌ଫର୍ମଡ୍‌ କେସେସ୍’ ଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏବଂ ‘ଜନ୍ସ୍ ହପ୍‌କିନ୍ସ୍‌ ୟୁନିଭର୍ସିଟି’ ହିସାବରୁ ଜଣାପଡ଼ିଛି।

ଦୀର୍ଘ ଦିନରୁ ବିଶେଷଜ୍ଞମାନେ କହିଆସୁଛନ୍ତି ଯେ, ‘କନ୍‌ଫର୍ମଡ୍‌ କେସେସ୍’ ଠାରୁ ବାସ୍ତବ ସଂକ୍ରମିତଙ୍କ ସଂଖ୍ୟ ଖୁବ୍ ଅଧିକ।