ଲକ୍ଷଣ ନଥିବା ଆକ୍ରାନ୍ତଙ୍କୁ ନେଇ ବୟାନ, ପୁଣି ସମାଲୋଚନାର ଶିକାର ହେଲେ ଡବ୍ଲ୍ୟୁଏଚ୍ଓ

ନୂଆଦିଲ୍ଲୀ : ସଂକ୍ରମଣର କୌଣସି ଲକ୍ଷଣ ନଥିବା ବ୍ୟକ୍ତି ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରିବେ ନାହିଁ ବୋଲି ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ପକ୍ଷରୁ ଗତ ସୋମବାର ଦିନ କୁହାଯାଇଥିଲା। ତେବେ ‘ହୁ’ର ଏହି ମନ୍ତବ୍ୟକୁ ନେଇ ବୈଜ୍ଞାନିକ ମହଲରେ ବିତର୍କ ହୋଇଛି। ଏଭଳି ମନ୍ତବ୍ୟ ପାଇଁ ‘ହୁ’କୁ ସମାଲୋଚନାର ଶିକାର ‌ହେବାକୁ ପଡ଼ିଛି।

ହାଭାର୍ଡର ବୈଶ୍ବିକ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ଏହି ମନ୍ତବ୍ୟ ବି‌ରୋଧରେ ପ୍ରତିକ୍ରିୟା‌ ପ୍ରକାଶ କରି କହିଛି ଯେ, ସମସ୍ତ ବଡ଼ ବଡ଼ ପ୍ରମାଣରୁ ଏହା ଜଣାପଡ଼ିଛି ସଂକ୍ରମଣର ଲକ୍ଷଣ ନଥିବା ବ୍ୟକ୍ତି ସ‌ାର୍‌ସ-କଭ୍‌ ୨ର ବାହକ ହୋଇପାରିବେ। କିନ୍ତୁ ‘ହୁ’ ଏନେଇ ଭିନ୍ନ ମତ ରଖିଛନ୍ତି। ଏନେଇ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଗତକାଲି ପୁଣି ସ୍ପଷ୍ଟୀକରଣ ଦିଆଯାଇଛି। ସଂକ୍ରମଣର କୌଣସି ଲକ୍ଷଣ ନଥିବା ବ୍ୟକ୍ତି ଭାଇରସ୍‌ର ବାହକ ହୋଇଥାନ୍ତି ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ଭାଇରସ୍‌ ସଂକ୍ରାନ୍ତରେ ଏବେ ବି ଅନେକ କଥା ଜଣାନାହିଁ ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ‘ହୁ’ ମୁଖ୍ୟ ଚୀନ୍ ପକ୍ଷନେଇ ସର୍ବଦା ସୁହାଇଲା ଭଳି ମନ୍ତବ୍ୟ ଦେଉଥିବା ବେଳେ, ଅନ୍ୟପଟେ କୋଭିଡ ସଙ୍କଟର ମୁକାବିଲା ନେଇ ବୈଶିକ ରଣନୀତି ପ୍ରସ୍ତୁତ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର