କରୋନା ବିରୁଦ୍ଧରେ ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରସଂଶା

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀକୁ ରୋକିବାକୁ ଭାରତର ସମୟୋଚିତ ପଦକ୍ଷେପ ଓ ଉଦ୍ୟମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପ୍ରସଂଶା କରିଛି । ଏସବୁ ପଦକ୍ଷେପ ଦ୍ୱାରା ଭୁତାଣୁ ସଂକ୍ରମଣକୁ ରୋକିବାରେ ଅନେକ ସହାୟତା ମିଳିବ ବୋଲି ସଂଗଠନ କହିଛି ।

ଡବ୍ଲୁଏଚଓର ଦକ୍ଷିଣ-ପୂର୍ବ ଏସିଆ ନିର୍ଦ୍ଦେଶକ ଡ.ପୁନମ କ୍ଷେତ୍ରପାଳ କହିଛନ୍ତି ଯେ ଆଗକୁ ଭାରତରେ କରୋନା ସ୍ଥିତି କଣ ରହିବ ତାହା ଏବେଠାରୁ ପୂର୍ବାନୁମାନ କରିବା ସମ୍ଭବ ନୁହେଁ, କିନ୍ତୁ ୬ ସପ୍ତାହର ଲକଡାଉନ, ବିଭିନ୍ନ ସରକାରୀ ପଦକ୍ଷେପ ଯଥା କଣ୍ଟାକଫ ଟ୍ରେସିଂ, ଆଇସୋଲେସନ, ଟେଷ୍ଟିଂ ଆଦି ଦ୍ୱାରା ଭୁତାଣୁ ସଂକ୍ରମଣକୁ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ କରିହେବ ।

ସେ କହିଛନ୍ତି ଯେ ବିଭିନ୍ନ ପ୍ରତିବନ୍ଧକ ସତ୍ତେ୍ୱ ଭାରତ କରୋନା ବିରୋଧୀ ସଂଗ୍ରାମରେ ଯେଉଁ ପ୍ରତିବଦ୍ଧତା ଦେଖାଇଛି ତାହା ବେଶ ପ୍ରସଂଶନୀୟ ।
ସୂଚନାଯୋଗ୍ୟ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକଡାଉନ ସମୟକୁ ଆଉ ୧୯ ଦିନ ପାଇଁ ଅର୍ଥାତ ମେ ୩ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ପୂର୍ବରୁ ଗତ ମାର୍ଚ୍ଚ ୨୫ଠାରୁ ଆରମ୍ଭ ହୋଇଥିବା ଲକଡାଉନ ସମୟ ମଙ୍ଗଳବାର ମଧ୍ୟରାତିରେ ସମାପ୍ତ ହୋଇଥିଲା ।
ଭାରତରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତ ସଂଖ୍ୟା ୧୦,୩୬୩ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୩୯ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର