ତିନି ଥାକିଆ ମାସ୍କ ପିନ୍ଧିବାକୁ ‘ହୁ’ର ପରାମର୍ଶ

ନୂଆଦିଲ୍ଲୀ: ସମ୍ପ୍ରତି ମହାମାରୀ କୋଭିଡ୍–୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଭାରତ ସମେତ ସିଙ୍ଗାପୁର, ଫ୍ରାନ୍ସ, ସ୍ପେନ୍, ଜର୍ମାନୀ ଏବଂ ଆର୍ଜେଣ୍ଟିନା ଆଦି ଦେଶରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛିା ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କିଭଳି ମାସ୍କ ପିନ୍ଧିବା ଜରୁରୀ, ସେ ସମ୍ପର୍କରେ ଶୁକ୍ରବାର ସଦ୍ୟ ଏକ ପରାମର୍ଶାବଳୀ ଜାରି କରାଯାଇଛିା ଆଗରୁ କେବଳ ସ୍ବାସ୍ଥ୍ୟକର୍ମୀ, କୋଭିଡ୍ ପୀଡି଼ତଙ୍କ ଦେଖାଶୁଣା କରୁଥିବା ସୁସ୍ଥ ସମ୍ପର୍କୀୟ ଏବଂ କାଶୁଥିବା ଓ ଛିଙ୍କୁଥିବା ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି ‘ହୁ’ ପରାମର୍ଶ କରିଥିବା ବେଳେ ଏବେ ସମସ୍ତଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛିା ବିଶେଷ କରି ସାର୍ବଜନୀନ ସ୍ଥଳରେ ବିଚରଣ ବେଳେ କରୋନା ସଂକ୍ରମଣ ରୋକିବା ଲାଗି ପ୍ରତ୍ୟେକଙ୍କୁ ମୁହଁରେ ଏକ ତିନି ପରସ୍ତର ନନ୍‌ମେଡିକାଲ ମାସ୍କ ପିନ୍ଧିବାକୁ ପଡି଼ବ ବୋଲି ‘ହୁ’ ପକ୍ଷରୁ କୁହାଯାଇଛିା ସେହିପରି ୬୦ ବର୍ଷରୁ ଅଧିକ ବୟସ୍କମାନେ ଏବଂ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଯେଉଁଠି ସାମାଜିକ ଦୂରତ୍ବ ବଜାୟ ରଖିବା ସମ୍ଭବ ନୁହେଁ, ସେମାନେ ମେଡିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛିା

ନାଗରିକମାନେ ମଧ୍ୟ ବିଶେଷ କରି ସର୍ବସାଧାରଣ ଯାତାୟାତ ବ୍ୟବସ୍ଥା, ଦୋକାନ ବଜାର କି ଜନଗହଳି ସ୍ଥାନ ଆଦି ଅତିସଂକ୍ରମଣଶୀଳ ଇଲାକାରେ ଯିବା ଆସିବା କଲା ବେଳେ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟ କରିବା ଲାଗି ‘ହୁ’ର ମହାନିେର୍ଦ୍ଦଶକ ଡା. ଟେଡ୍ରସ୍‌ ଆଧାନମ୍ ଘେବ୍ରେୟେସସ୍‌ ଗୁରୁତ୍ବାରୋପ କରିଛନ୍ତିା ସେହିପରି ସଂପୃକ୍ତ ମାସ୍କଗୁଡ଼ିକ ତିନି ସ୍ତରର ଭିନ୍ନ ଭିନ୍ନ କପଡା଼ରେ ତିଆରି ହୋଇଥିବା ଆବଶ୍ୟକ ବୋଲି ସେ ପରାମର୍ଶ କରିଛନ୍ତିା ସେଥି ମଧ୍ୟରୁ ମୁହଁକୁ ଲାଗି ରହୁଥିବା ସ୍ତରଟି ଶୋଷକକ୍ଷମ ତୁଳା କପଡ଼ାର, ମଝି ସ୍ତରଟି ପଲିପ୍ରପୋଲିନ୍‌ ଏବଂ ବାହ୍ୟ ସ୍ତରଟି ସିନ୍ଥେଟିକ୍‌ ହେବା ଦରକାର ବୋଲି ମଧ୍ୟ ‘ହୁ’ ପକ୍ଷରୁ କୁହାଯାଇଛିା ସୂଚନା ଥାଉ କି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା କରାଯାଇଥିବା ଏକ ସବେର୍କ୍ଷଣରୁ ମାସ୍କ ପିନ୍ଧିବା ଓ ଅତି କମ୍‌ରେ ୨ ମିଟର ସାମାଜିକ ଦୂରତ୍ବ ବଜାୟ ରଖିବା ଦ୍ବାରା କୋଭିଡ୍–୧୯ ସଂକ୍ରମଣକୁ ରୋକାଯାଇପାରିବ ବୋଲି ନିଶ୍ଚିତ ହେବା ପରେ ‘ହୁ’ ପକ୍ଷରୁ ଏପରି ପରାମର୍ଶାବଳୀ ଦିଆଯାଇଛିା

ସମ୍ବନ୍ଧିତ ଖବର