ସୀମିତ ସାଥୀଙ୍କ ସହ ‌ଯୌନସଂପର୍କ ରଖନ୍ତୁ : ମଙ୍କିପକ୍ସକୁ ନେଇ ପୁରୁଷଙ୍କୁ ସଚେତନ କରାଇଲା ହୁ

ନୂଆଦିଲ୍ଳୀ: ଦେଶରେ କିଛି ଜଣ ମଙ୍କିପକ୍ସ ଆକ୍ରାନ୍ତ ଦେଖା ଦେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ଏବେ ସୁଦ୍ଧା ସମୁଦାୟ ୪ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ବି ଜାରି କରି ସାରିଛନ୍ତି। ମଙ୍କିପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏକ ଜରୁରୀ ସୂଚନା ଦେଇଛି। ହୁ’ର ମୁଖ୍ୟ ମଙ୍କିପକ୍ସରୁ ନିଜରକୁ ସୁରକ୍ଷିତ ରଖିବା ପାଇଁ ପୁରୁଷମାନଙ୍କୁ ଏକାଧୀକ ସେକ୍ସୁଆଲ୍‌ ପାର୍ଟନର୍‌( ‌ଯୌନସଂପର୍କ ସାଥୀ) ନରରଖିବାକୁ ପରାମର୍ଶ ଦେଇଛନ୍ତି।

ଆଫ୍ରିକାରୁ ଉତ୍ପନ ହୋଇଥିବା ଏହି ସଂକ୍ରମଣ ପ୍ରଥମେ କିଛି ପ୍ରାଣୀଙ୍କ ଦ୍ବାରା ବ୍ୟାପୁଥିଲା। ଏହା ମଣିଷଙ୍କୁ ବିଶେଷ ପ୍ରଭାବିତ କରୁନଥିଲା। ମାତ୍ର ଚଳିତବର୍ଷ ୧୫ ହଜାର ଲୋକ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ହେବା ପରେ ଏହା ଧୀରେ ଧୀରେ ସାରା ବିଶ୍ବର ମୁଣ୍ଡ ବିନ୍ଧା ପାଲଟିଛି।

ଆମେରିକା ଏବଂ ଆଫ୍ରିକ୍‌ରେ ବିଶେଷ କରି ପୁରୁଷମାନଙ୍କ ଶରୀରରେ ହିଁ ମଙ୍କିପକ୍ସ ଦେଖିବାକୁ ମିଳୁଥିବାରୁ ସେମାନଙ୍କ ସକାଶେ ହୁ ଏହି ସଚେତନ ବାର୍ତ୍ତା ଜାରି କରିଛି। ବିଶେଷ କରି ସମଲିଙ୍ଗୀ ପୁରୁଷଙ୍କ ଭିତରେ ବେଶି ମଙ୍କିପକ୍ସ ଚିହ୍ନଟ ହେଉଥିବା ପୂର୍ବରୁ ରିପୋର୍ଟରେ ପ୍ରକାଶ ପାଇସାରିଛି।

ମାତ୍ର ଏହା କେବଳ ପୁରୁଷଙ୍କ ମଧ୍ୟରେ ସୀମିତ ନୁହେଁ। ଏକ ସାମ୍ବାଦିକ ସମ୍ମିଳନୀରେ ହୁ’ର ମଙ୍କିପକ୍ସ ବିଶାରଦ ଡ. ରୋଜାମଣ୍ଡ ଲୁଇସ କହିଛନ୍ତି କି କାହାରି ମୁଣ୍ଡରେ କଳଙ୍କ ବୋଳିବା ଦ୍ବାରା ଆମେ ଅସଲ ରୋଗ ବିରୋଧରେ ଲଢ଼େଇ କରିପାରିବା ନାହିଁ। କାରଣ ମଙ୍କିପକ୍ସ କେବଳ ସମଲିଙ୍ଗୀ ପୁରୁଷଙ୍କୁ ନୁହେଁ, ଅନ୍ୟମାନଙ୍କୁ ବି ହେଉଛି।

ସମ୍ବନ୍ଧିତ ଖବର