ଚୀନ ଚାପରେ ନୂଆ ପ୍ରଜାତିର ନାଁ ବଦଳାଇଲା କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ?

ନୂଆଦିଲ୍ଲୀ : ଗତ ୨୦୧୯ରୁ କରୋନା ଭୁତାଣୁ ଆସିବା ପରେ ସମଗ୍ର ବିଶ୍ବରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ର ଭୂମିକା ବିବାଦରେ ରହିଆସିଛି । ଚୀନ ପ୍ରଭାବରେ ‘ହୁ’ କାମ କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଥିଲେ ।

ଚୀନର ଉହାନ ସହରରେ ପ୍ରଥମେ ଚିହ୍ନଟ ହୋଇଥିବା ଭୁତାଣୁକୁ କରୋନାଭାଇରସ ବା କୋଭିଡ୍-୧୯ ବୋଲି ନାମିତ କରିଥିଲା । ପରେ ଏହାର ବିଭିନ୍ନ ଭାରିଆଣ୍ଟଗୁଡ଼ିକୁ ଗ୍ରୀକ୍ ବର୍ଣ୍ଣମାଳାର ବିଭିନ୍ନ ଅକ୍ଷର ଯେପରିକି ଆଲଫା, ବିଟା, ଗାମା, ଡେଲଟା ଆଦି ନାମରେ ନାମିତ କରାଯାଇଥିଲା । ଏହି କ୍ରମରେ କରୋନାର ବି.୧.୧.୫୨୯ ଭାରିଆଣ୍ଟକୁ ନ୍ୟୁ ନାମରେ ନାମିତ କରାଯାଇଥାନ୍ତା । କିନ୍ତୁ ଏହା ବଦଳରେ ହୁ ଗ୍ରୀକ୍ ବର୍ଣ୍ଣମାଳାରୁ ଦୁଇଟି ଅକ୍ଷର ‘ନ୍ୟୁ’ ଓ ‘ଜି’ କୁ ଛାଡ଼ି ‘ଓମିକ୍ରନ’ ନାମରେ ନାମିତ କରାଯାଇଥିଲା ।

ଏହାକୁ ନେଇ ହିଁ ବିବାଦ ଦେଖାଦେଇଛି । ଏଥର ଯଦି ନ୍ୟୁ ରଖାଯାଇଥାନ୍ତା, ତେବେ ପରବର୍ତ୍ତୀ ଭାରିଆଣ୍ଟକୁ ଜି (Xi) ରଖିବାକୁ ପଡ଼ିଥାନ୍ତା । ଏପରି ହୋଇଥିଲେ ଚୀନ ତାହାର ପ୍ରବଳ ବିରୋଧ କରିଥାନ୍ତା । କାରଣ ତାହା ଚୀନ ରାଷ୍ଟ୍ରପତିଙ୍କ ନାଁ ସହି ମେଳ ଖାଉଥାନ୍ତା । ଏଣୁ ଚୀନ ଚାପରେ ହେଉ ବା ଚୀନକୁ ଡରି ହୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ବି.୧.୧.୫୨୯ ଭାରିଆଣ୍ଟକୁ ଗତ କାଲି ଓମିକ୍ରନ ନାମରେ ନାମିତ କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ । ଶୁକ୍ରବାର ବସିଥିବା ସଂଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

 

ସମ୍ବନ୍ଧିତ ଖବର