ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିବା ନେତାମାନଙ୍କର ଇସ୍ତଫାର ସୁଅ ଛୁଟିବାରେ ଲାଗିଛି। ଏ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିପର୍ଯ୍ୟୟର ଦୋଷ ନିଜ ମୁଣ୍ଡକୁ ନେଇ ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍ରେ ଅଟଳ ରହିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ ରହୁଲଙ୍କ ଇସ୍ତଫା ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ରାହୁଲ କାର୍ଯ୍ୟକାରିଣୀର ନିଷ୍ପତ୍ତିକୁ ଗ୍ରହଣ କରି ନାହାନ୍ତି। ବରଂ ଯଥାଶୀଘ୍ର ତାଙ୍କର ଉତ୍ତରାଧିକାରୀ ଚୟନ କରିବାକୁ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଗତ ୨୦୧୭ରେ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଠାରୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱଭାର ଗ୍ରହଣ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ହେବାର ବର୍ଷକ ମଧ୍ୟରେ ଦଳ ଚାରି ରାଜ୍ୟ- କର୍ଣ୍ଣାଟକ (ଜେଡିଏସ୍ ସହ ମେଣ୍ଟ କରି), ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼-ରେ ଶାସନ କ୍ଷମତାକୁ ଆସି ପାରିଥିଲା। ତେବେ, ସଦ୍ୟସମାପ୍ତ ଲୋକସଭା ନିର୍ବାଚନରେ ଦଳ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୨ଟି ଆସନରେ ବିଜୟଲାଭ କରିଥିବା ବେଳେ ଖୋଦ୍ ରାହୁଲ କଂଗ୍ରେସର ଗଡ଼ ରୂପେ ଖ୍ୟାତ ଆମେଥିରୁ ହାରି ଯାଇଛନ୍ତି। ଏବଂ ଦଳର ପରାଜୟକୁ ନିଜ ମୁଣ୍ଡକୁ ନେଇ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ନିଜ ଜିଦ୍ରେ ଅଡ଼ି ବସିଛନ୍ତି।
ଏ ପରିପ୍ରେକ୍ଷୀରେ ରହୁଲ ଯଦି ତାଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ ନ କରନ୍ତି ତେବେ ଦଳ ମଧ୍ୟାରୁ କିଏ ତାଙ୍କ ସ୍ଥାନ ନେବ ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ, ଆସନ୍ତୁ ଜାଣିବା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଥିବା ନିରବ ଦୌଡ଼ରେ କେଉଁମାନଙ୍କର ନାମ ଆଗରେ ରହିଛି ଓ କ’ଣ ରହିଛି ସେମାନଙ୍କର ଯୋଗ୍ୟତା...
/sambad/media/post_attachments/wp-content/uploads/2019/05/AK-Antony-300x169.jpg)
ଏକେ ଆଣ୍ଟୋନୀ:
କଂଗ୍ରେସର ଏହି ବରିଷ୍ଠ ନେତା ଦୀର୍ଘ ୮ ବର୍ଷ କାଳ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ। ଏହାଛଡ଼ା କେରଳରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ସବୁଠାରୁ ଅଧିକ କାଳ ପାଇଁ ଶାସନ କ୍ଷମତାରେ ରହିଥିଲେ। କେରଳର ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ ନୂତନ ଆଇନ୍ର ପ୍ରଚଳନ କରି ବହୁ ଲୋକପ୍ରିୟ ହୋଇ ପାରିଥିଲେ। ଖାଲି ଏତିକି ନୁହେଁ; ଗାନ୍ଧୀ ପରିବାରର ସଂପୂର୍ଣ୍ଣ ଅନୁଗତ ରୂପେ ପରିଚିତ ଆଣ୍ଟୋନୀ ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ଦଳର ପରାଜୟର କାରଣ ଖୋଜିବାକୁ ଯେଉଁ କମିଟି ଗଠିତ ହୋଇଥିଲା, ତାହାର ଅଧ୍ୟକ୍ଷ ମଧ୍ୟ ଥିଲେ। ଏସବକୁ ଦେଖିଲେ ସର୍ବାଗ୍ରେ ଆସୁଛି ଏକେ ଆଣ୍ଟୋନୀଙ୍କ ନାଁ।
/sambad/media/post_attachments/wp-content/uploads/2019/05/jyotiraditya-scindia-300x167.jpg)
ଜ୍ୟୋତିରାଦିତ୍ୟ ସିନ୍ଧିଆ:
ଗୋଓ୍ଵାଲିୟର ରାଜ ପରିବାରରୁ ଆସିଥିବା ଜ୍ୟୋତିରାଦିତ୍ୟ ହେଉଛନ୍ତି ସାଂପ୍ରତିକ ରାଜନୀତିରେ ଜଣେ ସର୍ବକନିଷ୍ଠ ଯୁବନେତା। କଂଗ୍ରେସର ଅନ୍ୟତମ ସୁଯୋଗ୍ୟ ନେତା ତଥା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ସହୋଯାଗୀ ରୂପେ ପରିଚିତ ଥିବା ସ୍ୱର୍ଗତ ମାଧବରାଓ ସିନ୍ଧିଆଙ୍କ ସୁପୁତ୍ର ହେଉଛନ୍ତି, ଜ୍ୟୋତିରାଦିତ୍ୟ। ୨୦୧୮ ନିର୍ବାଚନରେ ସେ ଦଳକୁ ମଧ୍ୟପ୍ରଦେଶର ଶାସନ କ୍ଷମତାକୁ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
/sambad/media/post_attachments/wp-content/uploads/2019/05/Ashok-Gehlot-1-300x169.jpg)
ଅଶୋକ ଗେହୋଲଟ୍:
ସଂପ୍ରତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହୋଲଟ୍ଙ୍କ ନାଁ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚାରେ ରହିଛି। ପୂର୍ବରୁ ସେ ଦଳର ଜାତୀୟ ସଂପାଦକ ଦାୟିତ୍ୱରେ ରହିଥିବା ବେଳେ ସଂଗଠନ ପରିଚାଳନା ଓ ମାର୍ଗଦର୍ଶନ ଦାୟିତ୍ୱରେ ମଧ୍ୟ ରହିଥିଲେ। ଗାନ୍ଧୀ ପରିବାର ସହ ଅଶୋକ ଗେହୋଲଟ୍ଙ୍କ ସଂପର୍କ ବେଶ ମଧୁର ଓ ସୁଦୃଢ଼।
/sambad/media/post_attachments/wp-content/uploads/2019/05/Ahmed-Patel-300x180.jpg)
ଅହମ୍ମଦ ପଟେଲ:
ବିଜେପି ପାଇଁ ଯେପରି ଅମିତ୍ ଶାହା ଓ ସ୍ମୃତି ଇରାନୀ ଅପରିହାର୍ଯ୍ୟ, କଂଗ୍ରେସ ପାଇଁ ଠିକ୍ ସେମିତି ହେଉଛନ୍ତି ଅହମ୍ମଦ ପଟେଲ। ବିଗତ ୨୫ ବର୍ଷ ଧରି ଦଳର ରାଜ୍ୟସଭା ସାଂସଦ ରହିଥିବା ଅହମ୍ମଦ ପଟେଲଙ୍କ କଂଗ୍ରେସ ଦଳ ଭିତରେ ଓ ସଂଗଠନରେ ଯଥେଷ୍ଟ ପତିଆରା ରହିଛି। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ, ପରାମର୍ଶଦାତା ଓ ଉପଦେଷ୍ଟା ରହି ସେ ନିଜ ପ୍ରତିଭାର ପରିଚୟ ଦେଇ ସାରିଛନ୍ତି। ରାଜୀବ ଗାନ୍ଧୀଙ୍କ ପରେ ଦଳର ପାଞ୍ଚଜଣ ପ୍ରମୁଖ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅହମ୍ମଦ ପଟେଲ।
/sambad/media/post_attachments/wp-content/uploads/2019/05/Mallikarjuna-Kharge-300x157.jpg)
ମଲ୍ଲିକାର୍ଜୁନ ଖାର୍ଗେ:
କର୍ଣ୍ଣଟକର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ବିଗତ ୪୫ ବର୍ଷ ଧରି ଦଳର ଜଣେ ଶୃଙ୍ଗଳିତ ନେତା ଭାବେ ବିଭିନ୍ନ ସମୟରେ ବିଧାୟକ ଓ ସାଂସଦ ରହି ଆସିଛନ୍ତି। ଗତ ଲୋକସଭାରେ ସେ ବିରୋଧୀ ଦଳ ନେତା ଭାବେ ରହିଥିବା ବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ସେ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର ମନ୍ତ୍ରୀ ଥିଲେ। ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିର୍ମଳ ଭାବମୂର୍ତ୍ତି ସହ ଦଳ ମଧ୍ୟରେ ପତିଆରା ବି ରହିଛି।
/sambad/media/post_attachments/wp-content/uploads/2019/05/Sachin-Pilot-300x169.jpg)
ସଚିନ୍ ପାଇଲଟ୍:
ବର୍ତ୍ତମାନ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି ସଚିନ୍ ପାଇଲଟ୍। ଦଳର ଜଣେ ପ୍ରତିଭାବାନ୍ ଯୁବନେତା ଭାବେ ପରିଚିତ ସଚିନ୍ ପାଇଲଟ୍ଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୮ରେ ରାଜସ୍ଥାନର ଶାସନ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିଲା। ୨୦୧୪ରେ ସେ ଦଳର ସର୍ବ କନିଷ୍ଠ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ।
/sambad/media/post_attachments/wp-content/uploads/2019/05/amarinder-singh-300x169.jpg)
ଅମରିନ୍ଦର ସିଂହ:
ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ଅଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ଅମରିନ୍ଦର ସିଂହ। ନିଜର ସ୍ପଷ୍ଟବାଦିତା ଓ ଲୋକକଲ୍ୟାଣ କାର୍ଯ୍ୟ ପାଇଁ ତାଙ୍କର ବେଶ୍ ପରିଚିତି ରହିଛି। ପୁଣି ନିଜର ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ଜଣେ ପୂର୍ବତନ ସେନା ଅଧିକାରୀ ଭାବେ ଅମରିନ୍ଦର ସିଂହଙ୍କ ସମଗ୍ର ଦେଶରେ ଯଥେଷ୍ଟ ଖ୍ୟାତି ରହିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାକୁ ଆଳ କରି ଯେଉଁ ଜାତୀୟତାବାଦ ଦେଖାଉଛନ୍ତି, ତାହାକୁ ପ୍ରତିହତ କରିବାରେ କେବଳ ମାତ୍ର ଅମରିନ୍ଦର ସିଂହ ହିଁ ସମର୍ଥ ହେବେ। ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଅମରିନ୍ଦର ସିଂହ ସଂପୂର୍ଣ୍ଣ ଯୋଗ୍ୟ ଥିବା ଆଲୋଚନା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Rahul-Gandhi-1.jpg)