୨୦୨୨ରେ ଅନ୍ତ ହୋଇପାରେ କରୋନ ମହାମାରୀ, ହେଲେ କରିବାକୁ ହେବ ଏହି କାମ

ନୂଆଦିଲ୍ଲୀ: ୨୦୨୨ ରେ ଶେଷ ହୋଇଯିବ କରୋନା ମହାମାରୀ । ଏନେଇ ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧନମ  । ସେ ଆଶା କରିଛନ୍ତି ଯେ, ୨୦୨୨ ରେ କୋଭିଡ ମହାମାରୀର ଅନ୍ତ ଘଟିପାରେ । ହେଲେ ଏନେଇ କିଛି ସର୍ତ୍ତ ରଖିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । ସେ କହିଛନ୍ତି କି ବିଶ୍ୱର ସମସ୍ତ ଦେଶ ଯଦି ଏହି ମହାମାରୀ ବ୍ୟାପିବା ଉପରେ ଅଙ୍କୁଶ ଲଗାଇ ପାରନ୍ତି ତେବେ ଚଳିତ ବର୍ଷ କରୋନା ମହାମାରୀର ଶେଷବର୍ଷ ହେବ ।

ଅର୍ନ୍ତଜାତୀୟ ଗଣମାଧ୍ୟମ ବିବିସି ମୁତାବକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ନୂଆବର୍ଷରେ ଜାରି କରିଥିବା ସନ୍ଦେଶରେ ସଂକୁଚିତ ରାଷ୍ଟ୍ରବାଦର ପ୍ରବୃତ୍ତି ଓ ଟିକାର ଜମାଖୋରୀ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଭ୍ୟାକ୍ସିନ ବିତରଣରେ ବାରମ୍ବାର ଅସମାନତା ଦେଖିବାକୁ ମିଳୁଛି । ଏହା ଫଳରେ ଭୂତାଣୁକୁ ତାର ସ୍ୱରୂପ ବଦଳାଇବା ଓ ସଂକ୍ରମଣ ବଢାଇବାର ସୁଯୋଗ ମିଳୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ କହିବା ମୁତାବକ କିଛି ଦେଶ ସଂକୁଚିିତ ରାଷ୍ଟ୍ରବାଦରେ ଶିକାର ହୋଇଛନ୍ତି । ଏହି କାରଣରୁ ସେମାନେ ଟିକାକୁ ବେଆଇନ ଭାବେ ଜମା ରଖୁଛନ୍ତି । ଫଳରେ ଯେଉଁ ଦେଶକୁ ଟିକାର ଆବଶ୍ୟକତା ରହିଛି ସେଠାରେ ଟିକା ପହଞ୍ଚିପାରି ନାହିଁ । ଏହାପରେ କରୋନାର ନୂଆ ସ୍ୱରୂପ ଓମିକ୍ରନ ଜନ୍ମ ନେବା ଓ ପ୍ରସାରିତ ହେବାର ସୁଯୋଗ ମିଳିଛି । ଯଦି ଆମେ ଟିକା ବିତରଣରେ ଅସମାନତାକୁ ଦୂରେଇ ଦେବା ତେବେ ଆମେ ଏହି ମହାମାରୀ ଉପରେ ବିଜୟ ହାସଲ କରିପାରିବା ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର