ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବଢ଼ି ଚାଲିଥିବାରୁ ବିଭିନ୍ନ ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଜାରି ହୋଇଛି। ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିବାପାଇଁ ମଧ୍ୟ ବିଚାରବିମର୍ଶ ଚାଲିଛି । କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ ଏନେଇ ସତର୍କ କରାଇଛନ୍ତି। ସମ୍ପୂର୍ଣ୍ଣ ଲକ୍ଡାଉନ୍ କଲେ ପରିଣତି ଅତି ଭୟଙ୍କର ହେବ ବୋଲି ସ୍ବାମୀନାଥନ କହିଛନ୍ତି। ଲୋକମାନେ ଦ୍ବିତୀୟ ଲହରକୁ ରୋକିବା ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବାପାଇଁ ସ୍ବାମୀନାଥନ ଅନୁରୋଧ କରିଛନ୍ତି। ସଂପୂର୍ଣ୍ଣ ଲକ୍ଡାଉନ୍ କଲେ ସ୍ଥାନୀୟ ସଂକ୍ରମଣ ବଢ଼ିବ ଏବଂ ଲକ୍ଡାଉନ୍ ଉଠିବା ପରେ ଏହା ଭୟାନକ ଗୋଷ୍ଠୀ ସଂକ୍ରମଣର ରୂପ ନେବ ଏବଂ ତୃତୀୟ ଲହର ପାଇଁ ରାସ୍ତା ଖୋଲିଦେବ ବୋଲି ସେ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ପୁନମ କ୍ଷେତ୍ରପାଳ କହିଛନ୍ତି, ସଂକ୍ରମଣର ଏକ ନୂଆ ଲହର ବ୍ୟାପି ଚାଲିଥିବାରୁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ହେବ।
ସମ୍ପୂର୍ଣ୍ଣ ଲକ୍ଡାଉନ୍ ବିରୋଧରେ ସତର୍କ କରାଇଲେ ‘ହୁ’ ମୁଖ୍ୟ ବୈଜ୍ଞାନିକ
/sambad/media/post_attachments/wp-content/uploads/2020/12/who-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)