ନୂଆଦିଲ୍ଲୀ: ଗୃହ ସଙ୍ଗରୋଧରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧାନମ୍। ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଏ ନେଇ ନିଜ ଟୁଇଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ଟେଡ୍ରସ୍ ଆଧାନମ୍।
ତାଙ୍କ ଟୁଇଟ୍ ଅନୁଯାୟୀ, ମୁଁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣା ପଡ଼ିବା ପରେ ଏବେ ନିଜକୁ ସଙ୍ଗରୋଧ କରି ନେଇଛି। ମୁଁ ସୁସ୍ଥ ଥିବା ସହ ଏ ପର୍ଯ୍ୟନ୍ତ ମୋ ମଧ୍ୟରେ କରୋନାର କୌଣସି ଲକ୍ଷଶ ଦେଖାଯାଇ ନାହିଁ। ଆଗାମୀ ଦିନରେ ମୁଁ ସଙ୍ଗରୋଧରେ ରହି ଘରୁ କାମ କରିବି। କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କରୋନା ପରୀକ୍ଷା କରାଇ ସଙ୍ଗରୋଧରେ ରୁହନ୍ତୁ।
I have been identified as a contact of someone who has tested positive for #COVID19. I am well and without symptoms but will self-quarantine over the coming days, in line with @WHO protocols, and work from home.
— Tedros Adhanom Ghebreyesus (@DrTedros) November 1, 2020
ନିଜର ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି, ଏହା ଗୁରୁତ୍ବପୂର୍ଣ୍ଣ ଯେ ଆମେ ସମସ୍ତେ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ପାଳନ କରିବା ଉଚିତ | ଏହିପରି ଆମେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି ଲେଖିଛନ୍ତି ଟେଡ୍ରସ୍ ଆଧାନମ୍।