ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା ‘ହୁ’, କହିଲା; ଟିକାକରଣକୁ ଜୋରଦାର କଲେ ରୋକି ହେବ ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଣ୍ଟ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଖୁବ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଏକ ସାମ୍ବାଦିକ ସମ୍ମିଳନୀ କରି ‘ହୁ’ କହିଛି ଯେ, ଭାରତରେ ଦେଖା ଦେଇଥିବା କରୋନାର ନୂଆ ରୂପ- ବି.୧. ୬୧୭ ଗତବର୍ଷ ଅକ୍ଟୋବର ବେଳକୁ ଚିହ୍ନଟ ହୋଇଥିଲା ।

WHO says AstraZeneca COVID-19 vaccine benefits outweigh risks; assessing latest data - CNA
CNA

ତେବେ ରୂପ ବଦଳାଇବା ପରେ ମୂଳ ଭୂତାଣୁ ଅପେକ୍ଷା ଏହା ଅଧିକ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ସେହିପରି ନିଜକୁ ସୁରକ୍ଷା ଦେବା ପାଇଁ ଏହି ନୂଆ ପ୍ରକାର ଭୂତାଣୁ ଅନେକ ବିକଶିତ ହୋଇସାରିଛି । ତେଣୁ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ‘ହୁ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଭାରତରେ ଦେଖାଦେଇଥିବା ମ୍ୟୁଟାଣ୍ଟ ବିରୋଧରେ ସମସ୍ତ କରୋନା ଟିକା ପ୍ରଭାବୀ ହୋଇପାରିବ । ତେଣୁ ଟିକାକରଣକୁ ଜୋରଦାର କରିପାରିଲେ ଏହି ଭୂତାଣୁର ପ୍ରଭାବ ବିଶ୍ୱରେ କମାଯାଇ ପାରିବ ।

ସମ୍ବନ୍ଧିତ ଖବର