କରୋନାକୁ ବିିଶ୍ୱ ମହାମାରୀ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଦିନକୁ ଦିନ ତାର କାୟା ମେଲାଇବାରେ ଲାଗିଛି। ସମଗ୍ର ବିଶ୍ୱ ଏହାକୁ ନେଇ ଚିନ୍ତିତ ଥିବା ବେଳେ ଇତିମଧ୍ୟରେ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଏବଂ ୪ ହଜାରୁ ଅଧିକ ଜୀବନ ନେଲା ପରେ କରୋନାକୁ ବିଶ୍ୱ ମହାମାରୀ ଘୋଷିତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପରିକି ଭାରତରେ ମଧ୍ୟ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ହେତୁ କେନ୍ଦ୍ର ସରକାର ବଡ଼ ନିଷ୍ପତି ନେଇଛନ୍ତି । ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ବିଦେଶ ଯାତ୍ରା ଓ ଆଗମନ କ୍ଷେତ୍ରରେ ଭିଜା ରଦ୍ଦ କରାଯାଇଛି । କିନ୍ତୁ ରାଜନୈତିକ ବ୍ୟକ୍ତି, ଅଧିକାରୀ ଏବଂ ଜାତିସଂଘର କର୍ମଚାରୀଙ୍କ କ୍ଷେତ୍ରରେ ଏହାକୁ କୋହଳ କରାଯାଇଛି ।

ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଂଚିଛି । କର୍ଣ୍ଣାଟକରେ ୭୬ ବର୍ଷୀୟ ବୃଦ୍ଧ ମହମ୍ମଦ ହୁସେନ ସିଦ୍ଧିକିଙ୍କ ମୃତ୍ୟୁ ହୋଇଛି । ସେ ସାଉଦି ଆରବରୁ ଫେବ୍ରୁଆରୀ ୨୯ରେ ଫେରିଥିଲେ । କରୋନା ସଂକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏଯାଏ ରିପୋର୍ଟ ଆସିନଥିବାରୁ ଏହା ସ୍ପଷ୍ଟ ହୋଇନାହିଁ । ଦେଶରେ ମୋଟ୍ କରୋନା ଆକ୍ରାନ୍ତ ୬୦ ଛୁଇଁଛି ।

ସମ୍ବନ୍ଧିତ ଖବର