ଅମ୍ଳଜାନ ଅଭାବକୁ ଦୂର କରିବା ପାଇଁ ରାଜସ୍ଥାନ ସରକାରଙ୍କୁ ୧୦୦ଟି ଅମ୍ଳଜାନ କନସେନଟ୍ରେଟର ଦେଲା ‘ହୁ’

ଜୟପୁର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜୟପୁର ୟୁନିଟ୍ ସୋମବାର ରାଜସ୍ଥାନ ସରକାରଙ୍କୁ ୧୦୦ଟି ଅମ୍ଳଜାନ କନସେନଟ୍ରେଟର ଦାନ କରିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କୁ ଏହି ଅମ୍ଳଜାନ କନସେନଟ୍ରେଟର ହସ୍ତାନ୍ତର କରାଯାଇଛି | କରୋନା ମହାମାରୀ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ସାହାଯ୍ୟ ଯୋଗାଇଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା |

WHO Donates 100 Oxygen Concentrators to Rajasthan Govt in Fight Against Covid-19
News18

ଶର୍ମା କହିଛନ୍ତି ଯେ ରାଜ୍ୟରେ ଅମ୍ଳଜାନ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। କର୍ପୋରେଟ୍ ସୋସିଆଲ ରେସପନ୍ସସିବିଲିଟି (ସିଏସ୍ଆର୍) ମାଧ୍ୟମରେ ପ୍ରଦାନ କରାଯାଉଥିବା ଅମ୍ଳଜାନ କନସେନଟ୍ରେଟର ଏହି ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଉଦ୍ୟମକୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିନିଧୀ ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ, ପ୍ରାୟ ୧୫କୋଟି ଟଙ୍କା ମୂଲ୍ୟର ଏହି କନସେନଟ୍ରେଟର ଜର୍ମାନୀରେ ତିଆରି ହୋଇଛି। ଏହି କନସେନଟ୍ରେଟରରେ ପ୍ରତି ମିନିଟରେ ୮ ଲିଟର ଅମ୍ଳଜାନ ଉତ୍ପାଦନ କରିବାର କ୍ଷମତା ରହିଛି, ଯାହା ଆବଶ୍ୟକତା ଅନୁଯାୟୀ ପ୍ରତି ମିନିଟରେ ୧୦ ଲିଟରକୁ ବୃଦ୍ଧି କରାଯାଇପାରିବ |

ସମ୍ବନ୍ଧିତ ଖବର