ଅର୍ଥ ଲୋଭରେ ଆମେରିକାକୁ ଜଓ୍ବାହିରିର ଠିକଣା ଦେଇଛି କି ପାକିସ୍ତାନ ?

କାବୁଲ : ଅଲକାଇଦା ନେତା ଆୟମନ ଅଲ ଜଓ୍ବାହିରିର ହତ୍ୟା ସାରା ବିଶ୍ବରେ ଚର୍ଚ୍ଚାର କାରଣ ହୋଇଛି । ତେବେ ଏହି ଘଟଣା ପରେ ତାଲିବାନ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢିବାର ଆଶଙ୍କା ରହିଛି । କାରଣ ଏହା ସ୍ପଷ୍ଟ ହୋଇଯାଇଛି ଯେ ତାଲିବାନ ଜଓ୍ବାହିରିକୁ ଆଶ୍ରୟ ଦେଇଥିଲା । ତେବେ ଜଓ୍ବାହିରି କେଉଁଠାରେ ରହୁଛି ତାହା ଆମେରିକା କିପରି ଜାଣିଲା ? ଏ ନେଇ ପାକିସ୍ତାନ ଉପରେ ସଂଦେହ କରୁଛି ତାଲିବାନ । ବିଶ୍ବର କିଛି ସାମରିକ ବିଶେଷଜ୍ଞ ମଧ୍ୟ ଏନେଇ ପାକିସ୍ତାନକୁ ସଂଦେହ କରୁଛନ୍ତି । ଏପରି ସଂଦେହ କରିବାର ବେଶ କିଛି କାରଣ ରହିଛି ।

ଏବେ ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଋଣ ବେଶ ଜରୁରୀ ହୋଇପଡ଼ିଛି  । ପୁଣି ଜଓ୍ବାହିରି ମୁଣ୍ଡରେ ଥିବା ୨୫ ନିୟୁତ ଡଲାର ଥିଲା, ଯାହାକି ପାକିସ୍ତାନକୁ ମିଳିବାର ସମ୍ଭାବନା ରହିଛି  । ପୁଣି ଏଫଏଟିଏଫ ଜାଲରୁ ମୁକୁଳିବାକୁ ମଧ୍ୟ ପାକିସ୍ତାନ ଚାହୁଁଛି । ଏପରି କ୍ଷେତ୍ରରେ ଆମେରିକାକୁ ସନ୍ତୁଷ୍ଟ କରିବାଛଡ଼ା ପାକିସ୍ତାନ ପାଖରେ ଆଉ କିଛି ବାଟ ନଥିଲା ।

ପୁଣି ଆମେରିକାର ଡ୍ରୋନ ଦୁଇଟି ପଥ ଦେଇ ଆଫଗନିସ୍ତାନରେ ପହଞ୍ଚିପାରିବ । ଗୋଟିଏ ହେଉଛି ଇରାନ ଉପରେ ଓ ଅନ୍ୟଟି ପାକିସ୍ତାନ ଉପରେ । ପ୍ରଥମ ବିକଳ୍ପଟି ଅସମ୍ଭବ, କାରଣ ଇରାନ ଆମେରିକାର ଏକ ଶତ୍ରୁ ଦେଶ । ଏଣୁ ଆମେରିକାର ଡ୍ରୋନ ପାକିସ୍ତାନ ଉପର ଦେଇ ଯାଇଥିବାର ସମ୍ଭାବନା ଅଧିକ ।

ସମ୍ବନ୍ଧିତ ଖବର