ଜୟପୁର: ବିଜେପି ବିଧାୟକ ଦଳ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଭଜନ ଲାଲ ଶର୍ମାଙ୍କ ନାମକୁ ଅନୁମୋଦନ ମିଳିଛି। ୫୬ ବର୍ଷୀୟ ଭଜନଲାଲ ରାଜସ୍ଥାନର ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି। ଶର୍ମାଙ୍କ ପାଖରେ ୪୩.୬୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ଦେଢ଼ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେ ସ୍ନାତକୋତ୍ତର ଡିଗ୍ରୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ପ୍ରାରମ୍ଭିକ ଅଧ୍ୟୟନ ପରେ ସେ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।  ସେ ଶ୍ରୀକୃଷ୍ଣ କହ୍ନେୟା ଆଣ୍ଡ କମ୍ପାନୀର ମାଲିକ ଅଟନ୍ତି ।

Advertisment

ଭଜନଲାଲ ଶର୍ମାଙ୍କ ଜୟପୁରର ଜବାହର ସର୍କଲରେ ରହୁଥିଲେ ବି  ସେ ମୂଳତଃ ଭରତପୁରର ବାସିନ୍ଦା। ସେ ଦୀର୍ଘ ଦିନ ଧରି ବିଜେପିର ସଂଗଠନରେ କାର୍ଯ୍ୟ କରୁଛନ୍ତି। ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଜୟପୁରର ସାଙ୍ଗାନେର ଭଳି ସୁରକ୍ଷିତ ଆସନରୁ ବିଜେପି ତାଙ୍କୁ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ପୂର୍ବ ବିଧାୟକଙ୍କ ଟିକେଟ କାଟି ଭଜନଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଥିଲା।

ଶର୍ମା ଚଳିତ ଥର ସଙ୍ଗନେରରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ ଓ କଂଗ୍ରେସପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଭଜନ ଲାଲ ଶର୍ମା ଉଭୟ ସଂଘ ଓ ବିଜେପି ସଂଗଠନର ଘନିଷ୍ଠ ବୋଲି ବିବେଚନା କରାଯାଏ ।