ସଲମାନ ରୁଶଦିଙ୍କୁ ଛୁରାମାଡ଼ କରିଥିବା ହାଦି ମଟର କିଏ ?

ନୂଆଦିଲ୍ଲୀ : ଶୁକ୍ରବାରଦିନ ହୋଇଥିବା ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ପରେ ସମଗ୍ର ବିଶ୍ବ ସ୍ତବ୍ଧ ହୋଇଯାଇଛି । ଏହା ସହିତ ତାଙ୍କୁ ଆକ୍ରମଣ କରିଥିବା ଯୁବକକୁ ନେଇ ଚର୍ଚ୍ଚା ଜାରି ରହିଛି ।

ରୁଶଦିଙ୍କୁ ଆକ୍ରମଣ କରିଥିବା ୨୪ ବର୍ଷୀୟ ଯୁବକର ନାମ ହାଦି ମଟର ବୋଲି ଜଣାପଡ଼ିଛି । ସେ ନ୍ୟୁଜର୍ସିର ଫେୟାରଭ୍ୟୁ ବାସିନ୍ଦା ବୋଲି ଜଣାପଡ଼ିଛି ।  ଜଣେ ସିହା ସଂପ୍ରଦାୟର ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।

ତାର ସୋସିଆଲ ମିଡିଆ ପେଜରୁ ଜଣାପଡ଼ିଛି ଯେ ସେ ସିଆ ବିଚ୍ଛିନ୍ନତାବାଦକୁ ସମର୍ଥନ କରେ ଓ ଇରାନ ତଥା ଇରାନର ରିଭୋଲ୍ୟୁସନାରୀ ଗାର୍ଡ କୋର (ଆଇଆରଜିସି) ର ସମର୍ଥକ । ପୁଣି ତା ଫେସବୁକ ପେଜରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟୋତୋଲ୍ଲା ଖୋମିନି ଙ୍କ ଫଟୋ ରହିଛି ।

ରୁଶଦି ଇଂରାଜୀ ପୁସ୍ତକ ସାଟାନିକ ଭର୍ସେସ ଲେଖିବା ପରେ ତାହାକୁ ଇସଲାମିକ ଜଗତରେ ତୀବ୍ର ବିରୋଧ କରାଯାଇଥିଲା । ଏହି ବହି ୧୯୮୮ରୁ ଇରାନ, ଭାରତ ସମେତ କେତେକ ଦେଶରେ ନିଷିଦ୍ଧ ରହିଛି । ୧୯୮୯ରେ ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତଓ୍ବା ଜାରି କରିଥିଲେ । ୨୦୧୨ରେ ଇରାନର ଏକ ଧାର୍ମିକ ସଂସ୍ଥା  ରୁସଦିଙ୍କୁ ଯିଏ ହତ୍ୟା କରିବ ତାଙ୍କୁ ୨.୮ ନିୟୁତ ଡଲାର ଦିଆଯିବ ବୋଲି ଘୋଷଣା କରିଥିଲା । ପରେ ଏହି ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା ।

ସମ୍ବନ୍ଧିତ ଖବର