ମୋଦୀ ମନ୍ତ୍ରିମଣ୍ଡଳରେ ‘ଅସଲ ନମ୍ବର ଦୁଇ’ କିଏ? ରାଜନାଥ ସିଂ ନା ଅମିତ ଶାହ

ନୂଆଦିଲ୍ଲୀ: ଯଦିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଦ୍ବିତୀୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ କିନ୍ତୁ ବିଭାଗ ବଣ୍ଟନ ସ୍ପଷ୍ଟ ସଂକେତ ଦେଉଛି କି ମନ୍ତ୍ରିମଣ୍ଡଳର ଅସଲ ନମ୍ବର ଦୁଇ ହେଉଛନ୍ତି ଅମିତ ଶାହା, ଯିଏ କି ଗତକାଲି ରାଜନାଥଙ୍କ ଠିକ ପରେ ଶପଥ ନେବାକୁ ଆସିଥିଲେ। କାରଣ ରାଜନାଥ ସିଂହଙ୍କ ହାତରୁ ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଖସି ଯାଇ ଅମିତ ଶାହାଙ୍କ ଭାଗରେ ପଡିଛି । ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସୂଚାଉଛି କି ଶାହା ହେଉଛନ୍ତି ନମ୍ବର ଦୁଇ।

ଗତକାଲି ନବନିର୍ବାଚିତ ମନ୍ତ୍ରୀମାନଙ୍କର ଶପଥ ସମାରୋହରେ ଶପଥ ଗ୍ରହଣ ପାଇଁ ଯେଉଁ କ୍ରମରେ ମନ୍ତ୍ରୀମାନଙ୍କର ନାଁ ଘୋଷଣା କରାଯାଉଥିଲା, ସେଥିରେ ଅମିତ ଶାହାଙ୍କ ନାଁ ତୃତୀୟରେ ରହିଥିଲା ।  ରାଜନାଥ ସିଂହ ୨୦୧୪ ଭଳି ଚଳିତ ଥର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ  ପଦ ଏବଂ ଗୋପନୀୟତା ଶପଥ ଗ୍ରହଣ କରିଥିଲେ । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା କି, ରାଜନାଥଙ୍କୁ ଏଥର ବି ମୋଦୀ ଗୃହ ମନ୍ତ୍ରଳାୟର ଭାର ଦେଇପାରନ୍ତି । ସେହିପରି ଅମିତ ଶାହା ତୃତୀୟ ସ୍ଥାନରେ ଶପଥ ନେଇଥିଲେ, ଯେଉଁ କାରଣରୁ ତାଙ୍କୁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ମିଳିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଯେତେବେଳେ ମନ୍ତ୍ରାଳୟ ବଣ୍ଟନ ସମସ୍ତଙ୍କୁ ଚକିତ କରିଦେଇଥିଲା । କାହିଁକି ନା ଶପଥ ଗ୍ରହଣ ସମୟରେ  ତୃତୀୟ ନମ୍ବରରେ ଥିବା ଶାହାଙ୍କୁ ଗୃହ ମନ୍ତ୍ରାଳୟ ଦିଆଯାଇଥିଲା।

New Indian Express

ଅନ୍ୟପଟେ,  ନୀତିନ ଗଡକରୀ ସଡକ ପରିବହନ ମନ୍ତ୍ରୀ ହୋଇଛନ୍ତି । ମୋଦୀଙ୍କ ପୁରୁଣା ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା ଦାୟିତ୍ୱରେ ଥିବା ନିର୍ମଳା ସୀତାରମଣଙ୍କୁ ଏଥର ଅର୍ଥ ବିଭାଗ ମିଳିଛି । ସେପଟେ ଦ୍ୱିତୀୟ ଇନିଂସରେ ପ୍ରଧାନମନ୍ତ୍ରୀ ନିଜ ପାଖରେ ଏକାଧିକ ବିଭାଗ ରଖିଛନ୍ତି । ପେନସନ, ଆଣବିକ ଶକ୍ତି ଓ ସାଧାରଣ ଅଭିଯୋଗ ଶୁଣାଣି ବିଭାଗ ମୋଦିଙ୍କ ନିକଟରେ ରହିଛି । ଗତଥର ବୈଦେଶିକ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା ସୁଷମା ସ୍ୱରାଜଙ୍କ ସ୍ଥାନରେ ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର