କିଏ ଅସଲି ଶିବସେନା ? ଅକଳରେ ନିର୍ବାଚନ କମିସନ

ମୁମ୍ବାଇ: ଶିବସେନାର ଏକନାଥ ସିନ୍ଦେ ଦଳ ଶୁକ୍ରବାର ଦିନ ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର ‘ଧନୁ ଓ ତୀର’ ପୋଲ ପ୍ରତୀକ ପାଇଁ ଦାବି କରିଛନ୍ତି । ସିନ୍ଦେ କ୍ୟାମ୍ପକୁ ଭେଟିବା ପରେ କମିସନ ଉଦ୍ଧବ ଠାକରେ ଗୋଷ୍ଠୀକୁ ଶନିବାର ସୁଦ୍ଧା ଜବାବ ଦେବାକୁ କହିଛନ୍ତି । ଠାକରେଙ୍କୁ ଲେଖିଥିବା ଏକ ଚିଠିରେ ଆୟୋଗ ତାଙ୍କୁ ଅକ୍ଟୋବର ୮ ତାରିଖ ଅପରାହ୍ନ ୨ଟା ସୁଦ୍ଧା ଆବଶ୍ୟକୀୟ ଦସ୍ତାବିଜ ସହିତ ନିଜ ଜବାବ ରଖିବାକୁ କହିଛନ୍ତି ।

ତେବେ ଏ ସଂପର୍କରେ ଉଦ୍ଧବ ଗୋଷ୍ଠୀଙ୍କ ଜବାବ ଆସିଛି । ସାମନାରେ ଲିଖିତ ଏକ ସଂପାଦକୀୟରେ ସେ କହିଛନ୍ତି ଯେ ବିଦ୍ରୋହୀ ବିଧାୟକମାନେ ସ୍ବେଚ୍ଛାରେ ଶିବସେନା ଛାଡ଼ିଛନ୍ତି । ଏଣୁ ସେମାନଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ମିଳିପାରିବ ନାହିଁ ।

ମୁମ୍ବାଇର ଅନ୍ଧେରୀ (ପୂର୍ବ) ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କିଏ ପ୍ରକୃତ ଶିବସେନା ତାହାକୁ ନେଇ ଅକଳରେ ପଡ଼ିଯାଇଛନ୍ତି ନିର୍ବାଚନ କମିସନ । ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ନିଜକୁ ଅସଲି ଶିବସେନା ବୋଲି କହୁଛନ୍ତି ।

ଏହି ଉପନିର୍ବାଚନ ପାଇଁ ସିନ୍ଦେ ଗୋଷ୍ଠୀର ସହଯୋଗୀ ଭାରତୀୟ ଜନତା ପାର୍ଟି (ବିଜେପି), ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ର କର୍ପୋରେଟର ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଛି ।

ଅନ୍ୟପକ୍ଷରେ କଂଗ୍ରେସ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମହାରାଷ୍ଟ୍ର ବିକାଶ ଆଗାଡି (ଏମଭିଏ) ରେ ମିଳିତ ସହଯୋଗୀ ଶିବସେନାର ଥାକେର କ୍ୟାମ୍ପର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର