ନୂଆଦିଲ୍ଲୀ: ଫ୍ରାନ୍ସରେ ଗିରଫ ହୋଇଛନ୍ତି ଟେଲିଗ୍ରାମ୍ର ସିଇଓ ପାଭେଲ ଦୁରଭ। ତାଙ୍କ ଗିରଫଦାରୀ ପରେ ଟେଲିଗ୍ରାମ୍ ବନ୍ଦ ହୋଇ ଯାଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯିବା ପରେ ଏହି ଆପ୍ ବନ୍ଦ ହେବାର ଆଶଂକା ବଢିଛି । କେବଳ ଏତିକି ନୁହେଁ ଜୁଆ ଓ ମୁଣ୍ଡଜାମିନ୍ ଭଳି ବେଆଇନ୍ କାର୍ଯ୍ୟରେ ଏହି ଆପ୍ ବ୍ୟବହାର କାରାଯାଉଥିବା ଅଭିଯୋଗ ରହିଛି ।
ତେବେ ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ତଦନ୍ତ କରୁଛି। ଯଦି କମ୍ପାନି ବିରୋଧରେ କିଛି ବି ଠୋସ୍ ପ୍ରମାଣ ମିଳିଯାଏ ତ ଆପ୍ ବନ୍ଦ ହୋଇଯିବ।
ଏହି ଆପ୍କୁ ପ୍ଲେ ଷ୍ଟୋର୍ରୁ ହଟାଇ ଦିଆଯିବ ବୋଲି କେହି କେହି କହୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି ଏହା ଆପେ ଆପେ ସ୍ମାର୍ଟଫୋନ୍ରୁ ଉଡିଯିବ। ତେବେ ଏହା କେତେ ସହ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/TNsBRdP5ziqp8zKA0742.jpg)