ମୁମ୍ବାଇ: ବିଜେପି ବିଧାୟକ ରାହୁଲ ନର୍ବେକର ଆଜି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ମୋଟ ୧୬୪ଭୋଟ୍ ଅର୍ଥାତ୍ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ପ୍ରାର୍ଥୀ ରାଜନ ସାଲ୍ୱିଙ୍କଠାରୁ ପ୍ରାୟ ୫୭ଭୋଟ୍ ଅଧିକ ପାଇ ବିଜୟୀ ହୋଇଛନ୍ତି। ତେବେ ବିଜୟୀ ହୋଇଥିବା ରାହୁଲ ନର୍ବେକର କିଏ? ଏବଂ ତାଙ୍କ ରାଜନୈତିିକ ଜୀବନ ବିଷୟରେ ଆପଣ ଜାଣନ୍ତି କି?
୧. ମୁମ୍ବାଇର କୋଲାବା ନିର୍ବାଚନମଣ୍ଡଳୀରୁ ୪୫ବର୍ଷୀୟ ରାହୁଲ ନର୍ବେକର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଅତୀତରେ ଶିବସେନା ଏବଂ ଏନସିପି ସହ ଜଡିତ ଥିଲେ।
୨. ନର୍ବେକର ହେଉଛନ୍ତି ବରିଷ୍ଠ ଏନସିପି ନେତା ରାମରାଜ ନାଇକ-ନିମ୍ବାଲକରଙ୍କ ଜ୍ବାଇଁ। ଯିଏ ଏନସିପି ନେତା ରାମରାଜ ନାଇକ-ନିମ୍ବାଲକର ଏବେ ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ଅଛନ୍ତି।
୩. ୨୦୧୪ରେ ଦଳ ଛାଡିବା ପୂର୍ବରୁ ସେ ଶିବସେନାର ଯୁବ ୱିଙ୍ଗର ମୁଖପାତ୍ର ଥିଲେ। ଶିବସେନାରେ ତାଙ୍କର କାର୍ଯ୍ୟକାଳ ପରେ ସେ ଶରଦ ପାୱାରଙ୍କ ଦଳ ଏନସିପି ସହ ହାତ ମିଳାଇଥିଲେ।
୪. ରାହୁଲ ନର୍ବେକର ୨୦୧୪ରେ ମାବଲରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ବି ​​ବିଫଳ ହୋଇଥିଲେ। ସେତେବେଳେ ସେ ଶିବସେନାର ଶ୍ରୀରଙ୍ଗ ଅପ୍ପା ବାର୍ଣ୍ଣେଙ୍କଠାରୁ ହାରିଯାଇଥିଲେ।
୫. ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ନର୍ବେକର ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସେ କଂଗ୍ରେସର ଅଶୋକ ଜଗତାପଙ୍କୁ ପରାସ୍ତ କରି କୋଲାବାରୁ ବିଧାନସଭା ନିର୍ବାଚନରେ ​​ଜିତିଥିଲେ।
ତେବେ ଆଜି ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ନିମନ୍ତେ ମତଦାନ ଆରମ୍ଭ ହୋଇଥିଲା। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍ରେଙ୍କ ଅନୁଗାମୀ ରାଜନ ସାଲ୍ୱି ‘ଶିବସେନା-ଏନ୍ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ ୪୫ ବର୍ଷିୟ ‘ବିଜେପି’ ବିଧାୟକ ରାହୁଲ୍ ନର୍ବେକର୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-13.jpg)