କିଏ ହେବ ବାଚସ୍ପତି ଓ ଉପବାଚସ୍ପତି, ଦିଲ୍ଲୀରେ ଅଙ୍କକଷା

ଚର୍ଚ୍ଚାରେ ଜୁଏଲ, ଭର୍ତୃହରିଙ୍କ ନାମ, ୮ରେ ନବୀନଙ୍କ ଗସ୍ତ ଉପରେ ନଜର

ନୂଆଦିଲ୍ଲୀ/ ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳର ଦ୍ବିତୀୟ ପାଳିରେ ଦୁଇ ଓଡ଼ିଆ ସାମିଲ ହେବା ପରେ ବର୍ତ୍ତମାନ ଲୋକସଭାର ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ପୁଣି ଦୁଇଜଣ ଓଡ଼ିଆ ସାଂସଦଙ୍କ ନାମ ଚର୍ଚ୍ଚାକୁ ଆସିଛି। ବାଚସ୍ପତି ପଦ ଲାଗି ଏକାଧିକ ବ୍ୟକ୍ତିଙ୍କ ନାମ ରହିଥିଲେ ବି ତା’ ମଧ୍ୟରେ ପୂର୍ବତନ େକନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମଙ୍କ ନାଁ ରହିଛି।

ସେହିଭଳି ବିଜେଡିର ବରିଷ୍ଠ େନତା ତଥା ସାଂସଦ ଭର୍ତୃହରି ମହତାବଙ୍କୁ ଉପବାଚସ୍ପତି କରାଯିବ େବାଲି ଚର୍ଚ୍ଚା େହଉଛି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ େଭଟିବେ। ନବୀନଙ୍କ ପଞ୍ଚମ ପାଳି ଓ େମାଦୀଙ୍କ ଦ୍ବିତୀୟ ପାଳି ଆରମ୍ଭରୁ ଉଭୟ େକନ୍ଦ୍ର-ରାଜ୍ୟ ପରସ୍ପର ସହିତ ତାଳମେଳ ରଖି କାର୍ଯ୍ୟ କରୁଛନ୍ତି। ଉଭୟ ବିକାଶ େକ୍ଷତ୍ରରେ ପରସ୍ପରର ନିକଟତର େହଉଛନ୍ତି। ଏଭଳିସ୍ଥିତିରେ ଜୁଏଲଙ୍କୁ ବାଚସ୍ପତି ପଦ ମିଳିବା ଚର୍ଚ୍ଚା ଅପେକ୍ଷା ଭର୍ତୃହରିଙ୍କୁ ଉପବାଚସ୍ପତି ପଦ ମିଳିବା ଚର୍ଚ୍ଚା ପଛରେ ଅଧିକ ପ୍ରାସଙ୍ଗକିତା ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ଏମିତିରେ ବି ଏହା ଏକ ସାମ୍ବିଧାନିକ ପଦବି େହାଇଥିବାରୁ କେହି ଉଭୟଙ୍କ ସଂପର୍କ େନଇ ଆଙ୍ଗୁଠି ଉଠାଇ ପାରିବେ ନାହିଁ। ଏହି ଚର୍ଚ୍ଚାକୁ ବଳ ମିଳିବାର ଆଉ ଏକ କାରଣ େହଉଛି, ଏଥର ଭର୍ତୃହରିଙ୍କୁ ବାଦ େଦଇ ସଂସଦୀୟ ଦଳ େନତା ଭାବେ ପିନାକୀ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଷ୍ଟାଣ୍ଡିଂ କମିଟି କଥା କୁହାଯାଇଥିଲେ ବି ଉପବାଚସ୍ପତି ପଦକୁ ବିେଜଡି ନଜର ରଖିଥାଇପାରେ େବାଲି କୁହାଯାଉଛି। ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ପଦବି ଲାଗି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ପରବର୍ତୀ ସମୟରେ ବିେଜପି ଏହାକୁ ଏକ ପ୍ରସଙ୍ଗ କରି ରାଜ୍ୟ ସାରା କହି ବୁଲିଥିଲା। ଚଳିତ ମାସ ୧୯ରେ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଶାସକ ଦଳ ଏହି ପଦରେ ଜଣେ ବରିଷ୍ଠ ତଥା ସଂସଦୀୟ ପ୍ରକ୍ରିୟାରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିବା ନେତାଙ୍କୁ ଅଧିଷ୍ଠ କରିବା ପାଇଁ ପ୍ରୟାସ ଚଳାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଥର ବାଚସ୍ପତି ପଦ ପାଇଁ ଏନ୍‌ଡିଏ ପକ୍ଷରୁ ତିନିଟି ମାନଦଣ୍ଡ ପୂରଣ କରିପାରୁଥିବା ସାଂସଦଙ୍କୁ ଏହି ପଦ ପାଇଁ ବିଚାରକୁ ନିଆଯିବ। ସଂସଦୀୟ ପ୍ରକ୍ରିୟାରେ ଜ୍ଞାନ, ସଂସଦୀୟ ନିୟମାବଳୀରେ ପାଣ୍ଡିତ୍ୟ, ଆନ୍ତର୍ଜାତୀୟ ସଂସଦୀୟ ଫୋରମ୍‌ରେ ଭାରତର ଉଚିତ୍ ପ୍ରତିନିଧିତ୍ବ ତଥା ଅଣବିଜେପି ଦଳର ନେତାମାନଙ୍କ ସହିତ ଉତ୍ତମ ବୁଝାମଣା ଓ ସମନ୍ବୟ ତଥା ଦକ୍ଷ ସାଂସଦ ଭାବେ ଲୋକସଭାରେ ବିଲ୍‌ ଗୁଡ଼ିକ ପାସ୍ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରୁଥିବା ବ୍ୟକ୍ତି ଏହି ପଦବି ପାଇବେ।

ଲୋକସଭାର ବାଚସ୍ପତି ପଦ ପାଇଁ ଓଡ଼ିଆ ସାଂସଦ ଜୁଏଲ ଓରାମଙ୍କ ନାମ ଚର୍ଚ୍ଚାରେ ରହିଛି। ନିକଟରେ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ମନ୍ତ୍ରିମଣ୍ଡଳରେ ତାଙ୍କୁ ବାଦ୍‌ ଦିଆଯାଇଥିଲା। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଜୁଏଲ ଓରାମଙ୍କୁ ମନ୍ତ୍ରୀ ମଣ୍ଡଳରେ ବାଦ୍‌ ଦିଆଯିବା ପରେ ବାଚସ୍ପତି ପଦ ପାଇଁ ତାଙ୍କର ନାମ ଚର୍ଚ୍ଚାରେ ଆସିବା ସ୍ବାଭାବିକ। ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ରେ ସେ ଲୋକସଭା ନିର୍ବାଚନରେ ଜିତିଛନ୍ତି। ବାଜପେୟୀ ମନ୍ତ୍ରିମଣ୍ଡଳରେ ପ୍ରଥମ ଆଦିବାସୀ ବ୍ୟାପାର ମନ୍ତ୍ରୀ ରୂପେ ସ୍ଥାନ ପାଇଥିଲେ ତଥା ମୋଦୀ ମନ୍ତ୍ରିମଣ୍ଡଳର ପ୍ରଥମ ପାଳିରେ ସେ ୫ ବର୍ଷ ପର୍ଯ୍ୟନ୍ତ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବିଜେପିର ଆଦିବାସୀ ଚେହେରା ରୂପେ ତାଙ୍କୁ ଲୋକସଭାର ବାଚସ୍ପତି କରାଗଲେ ଦେଶସାରା ଏକ ଉତ୍ତମ ବାର୍ତ୍ତା ପହଞ୍ଚିବ ବୋଲି କୁହାଯାଉଛି। ଅପରପକ୍ଷେ ଜୁଏଲଙ୍କ ସହିତ ବିଜେପିର ଅନ୍ୟ ବରିଷ୍ଠ ନେତା ମେନକା ଗାନ୍ଧୀ, ରାଧାମୋହନ ସିଂହ, ବୀରେନ୍ଦ୍ର କୁମାର, ଏସ.ଏସ. ଆଲୁଵାଲିୟା, ରମେଶ ଜିଗାଜିଗାରୀଙ୍କ ନାମ ମଧ୍ୟ ଲୋକସଭା ବାଚସ୍ପତି ଦୌଡ଼ରେ ସାମିଲ ଅଛି। ହେଲେ ବିଜେପିର ଶୀର୍ଷ ନେତୃତ୍ବ ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଚୂଡ଼ାନ୍ତ ନାମ ଉପରେ ନିଷ୍ପତ୍ତି ନେବେ ବୋଲି ଅନୁମାନ କରାଯାଉଛି।

ଏଥର ଲୋକସଭାର ଉପବାଚସ୍ପତି ପଦ ବିଜେଡିକୁ ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କଟକ ସାଂସଦ ଭର୍ତୃହରି ମହତାବଙ୍କୁ ଏହି ପଦ ଦିଆଯିବ ବୋଲି କୁହାଯାଉଛି। ଭର୍ତୃହରି ମହତାବ କ୍ରମାଗତ ୫ ଥର ପାଇଁ ଲୋକସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଆସୁଛନ୍ତି। ୨୦୧୭ରେ ଲୋକସଭାରେ ଦକ୍ଷତାର ସହ କାର୍ଯ୍ୟ କରି ଉତ୍କୃଷ୍ଟ ସାଂସଦ ରୂପେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି। ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ରୂପେ ସେ ପୂର୍ବରୁ ତାଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି। ଗତ ଥର ଉପବାଚସ୍ପତି ପଦ ପାଇଁ ଏଆଇଡିଏମକେ ର ଥମ୍ବି ଦୁରାଇଙ୍କୁ ମନୋନୀତ କରାଯାଇଥିଲା। ପରମ୍ପରା ଅନୁସାରେ ଉପବାଚସ୍ପତି ପଦ ବିରୋଧୀ ଦଳକୁ ଦିଆଯାଇଥାଏ। ଯଦିବା ବିଜେପି ସହଯୋଗୀ ଜେଡି(ୟୁ) ଓ ଶିବସେନା ଭଳି ଦଳ ରହିଛନ୍ତି କିନ୍ତୁ ବିଜେଡିକୁ ଏଥର ଉପବାଚସ୍ପତି ପଦ ଦେବା ପାଇଁ ବିଜେପି ଆଗ୍ରହ ଥିବାର ଚର୍ଚ୍ଚା ହେଉଛି। ଲୋକସଭାରେ ବିଜେଡି ଉପବାଚସ୍ପତି ପଦ ଗ୍ରହଣ କରିବ କି ନାହିଁ ଏନେଇ ଦଳ ପକ୍ଷରୁ କିଛି କୁହାଯାଇ ନଥିଲେ ମଧ୍ୟ ବିଜେପିର ଉଚ୍ଚସ୍ତରୀୟ ନେତାମାନେ ବିଜେଡିକୁ ମନେଇବା ପାଇଁ ପ୍ରୟାସ କରିବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର