ସନ୍ଥ ଜାଭ୍‌ଲିନ୍‌ କିଏ? ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ବେଳେ କାହିଁକି ସେ ଭାଇରାଲ୍‌ ହେଉଛନ୍ତି?

ନୂଆଦିଲ୍ଲୀ: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଜାଭ୍‌ଲିନ୍‌ (ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ଲଞ୍ଚର୍‌) ଧରିଥିବା ଜଣେ ସନ୍ଥଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ସନ୍ଥ ଜାଭ୍‌ଲିନ୍‌ ଭାବେ ପୂଜନୀୟା ଏହି ଫଟୋ ଚାଲିଥିବା ଯୁଦ୍ଧରେ ୟୁକ୍ରେନ୍‌ ପ୍ରତିରୋଧର ସଙ୍କେତ ପାଲଟି ଯାଇଛି। ଏଥିପାଇଁ ସବୁଠୁ ଅଧିକ ବାହାଦୁରି ମିଳୁଛି ସେ ଜାଭ୍‌ଲିନ୍‌କୁ।

୧୯୮୦ ଦଶକ ଶେଷ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା କମ୍ପାନିଦ୍ବାରା ନିର୍ମିତ ଏହି ଜାଭ୍‌ଲିନ୍‌ର ଓଜନ ୫୦ ପାଉଣ୍ଡ୍‌। ଏଥିପାଇଁ ମିସାଇଲ୍‌ ଲଞ୍ଚର୍‌ ଅନାବଶ୍ୟକ। ତେଣୁ  ଜଣେ ସୈନିକ ମଧ୍ୟ ଏହାକୁ ନିକ୍ଷେପ କରିପାରିବ।

ପ୍ରାପ୍ତ ସୂଚନା ଅନୁସାରେ, ରୁଷୀୟ ସେନାଙ୍କୁ ମୁକାବିଲା କରିବା ପାଇଁ ୟୁକ୍ରେନୀୟ ପ୍ରତିରକ୍ଷା ବହୁଳାଂଶରେ ଏହି ଜାଭ୍‌ଲିନ୍‌ ଉପରେ ନିର୍ଭର କରୁଛି।

Image Courtesy of Saint Javelin

କ୍ଷେପଣାସ୍ତ୍ରଟିଏ ଉତ୍‌‌‌କ୍ଷେପଣ କରାଗଲେ ତାହା ଲକ୍ଷ୍ୟଭେଦ କରି ନଷ୍ଟ ହୋଇଯାଏ। କିନ୍ତୁ ଏହି ଜାଭ୍‌ଲିନ୍‌ ହେଉଛି ଗୋଟାଏ ‘ସ୍କୁଟ୍‌ ଆଣ୍ଡ୍‌ ସୁଟ୍‌’ ଅସ୍ତ୍ର। ଅର୍ଥାତ୍‌ ଏହାକୁ ନିକ୍ଷେପ କରିବା ପରେ ସୈନିକମାନେ ଏହାର ଅନୁଧାବନ କରିପାରିବେ।

ପ୍ରାପ୍ତ ସୂଚନା ଅନୁସାରେ, ୟୁକ୍ରେନ୍‌ ପାଖରେ ଏହି ଜାଭ୍‌ଲିନ୍‌ ନ ଥିଲା। ୨୦୧୮ରେ ୟୁକ୍ରେନ୍‌ ଆମେରିକାରୁ ଏହାକୁ ଖରିଦ କରିଥିଲା। ଯୁଦ୍ଧ ଚାଲିଥିବା ବେଳେ ଆମେରିକା, ଇଂଲଣ୍ଡ୍‌ ଏବଂ ଏସ୍ତୋନିଆ ୟୁକ୍ରେନ୍‌କୁ ଏହି ଜାଭ୍‌ଲିନ୍‌ ପଠାଇଛନ୍ତି।

ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, ଫେବ୍ରୁଆରି ୨୬ ସୁଦ୍ଧା ରୁଷୀୟ ସେନା ୩,୫୦୦ ସୈନିକ, ୧୦୨ଟି କମାଣ, ୫୩୬ଟି ଆର୍ମରର୍ଡ ଭେଇକ୍ଲ୍‌, ୧୫ଟି କମାଣ, ୧୪ଟି ଲଢୁଆ ବିମାନ, ୮ଟି ହେଲିକପ୍ଟର୍‌ ଏବଂ ଗୋଟିଏ ବିୟୁକେ-୧ ସିଷ୍ଟମ୍‌ ହରାଇଛି।

ସମ୍ବନ୍ଧିତ ଖବର