ଲାସ୍ ଭେଗାସ୍: ଆମେରିକା ଇତିହାସରେ ସବୁଠାରୁ ଭୟାନକ ଗୁଳିକାଣ୍ଡ ଘଟାଇ ପ୍ରାୟ ୫୦ ଲୋକଙ୍କୁ ହତ୍ୟା ଓ ୪୦୦ରୁ ଅଧିକ ଲୋକଙ୍କ ଆହତ କରିଥିବା ଆକ୍ରମଣକାରୀ ଷ୍ଟିଫେନ୍ ପାଡୋକ୍ ଲାସ୍ ଭେଗାସ ବାସିନ୍ଦା ଏବଂ ତା’ର ବୟସ ୬୪ ବର୍ଷ ବୋଲି ଜଣାପଡ଼ିଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାପରେ ଷ୍ଟିଫେନ୍ ମାଣ୍ଡାଲେ ବେ ହୋଟେଲର ୩୨ ମହଲାରେ ଥିବା ତା’ର ରୁମ୍ରେ ଆତ୍ମହତ୍ୟା କରିଥିଲା। ମୁଜିକ୍ କନ୍ସର୍ଟରେ ସମବେତ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିବା ପାଇଁ ସେ ଏକାଧିକ ସ୍ୱୟଂଚାଳିତ ବନ୍ଧୁକ ବ୍ୟବହାର କରିଥିଲା। ଷ୍ଟିଫେନ୍ ନିକଟରୁ ୧୦ଟି ବନ୍ଧୁକ ଜବତ କରାଯାଇଛି । ପୁଲିସ ଇତିମଧ୍ୟରେ ଷ୍ଟିଫେନ୍ର ଘନିଷ୍ଠ ବାନ୍ଧବୀ ମେରିଲୋ ଡେନଲିଙ୍କୁ ଗିରଫ କରିଛି। ତେବେ ସେ ଏହି କାଣ୍ଡ ସହିତ ସଂପୃକ୍ତ କି ନାହିଁ ସେ ସଂପର୍କରେ କିଛି ସୁରାକ୍ ମିଳିନାହିଁ। ଷ୍ଟିଫେନ୍୍ ଜଣେ ଲାଇସେନ୍୍ସପ୍ରାପ୍ତ ପାଇଲଟ ଏବଂ ଶିକାର କରିବା ତା’ର ସଉକ ଥିଲା ବୋଲି ଜଣାପଡ଼ିଛି ।
ଆକ୍ରମଣକାରୀ ଷ୍ଟିଫେନ୍ ପାଡୋକ୍୍ କିଏ ?
/sambad/media/post_attachments/wp-content/uploads/2017/10/Stephen-Paddock.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)