ନୂଆଦିଲ୍ଲୀ : ଆଇଆଇଟି ବମ୍ବେ ଓ ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ବିରଳ ଆଚାର୍ଯ୍ୟ ହେଉଛନ୍ତି ଜଣେ ଭାରତୀୟ ଅର୍ଥନୀତିଜ୍ଞ। ୨୦୧୭ରେ ତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ ସେ କାର୍ଯ୍ୟ କରୁଥିଲେ। ବିଭିନ୍ନ ପ୍ରସଙ୍ଗରେ ଖୋଲା ମନ୍ତବ୍ୟ ଦେବାକୁ ପଛାଉ ନଥିବା ବିରଳ ନିଜ କାର୍ଯ୍ୟକାଳ ଶେଷ ହେବାର ଛଅ ମାସ ପୂର୍ବରୁ ଇସ୍ତଫା ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା ପରିବା ବେଳେ ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଉର୍ଜିତ ପଟେଲ୍ଙ୍କୁ ସେ ପସନ୍ଦ କରୁଥିଲେ। ହଠାତ୍ ନିଜ ପଦରୁ ଉର୍ଜିତ ଇସ୍ତଫା ଦେବା ପରେ ଶକ୍ତିକାନ୍ତଙ୍କୁ ତାଙ୍କ ସ୍ଥାନରେ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ଶକ୍ତିକାନଙ୍କ ଅଧୀନରେ କାମ କରିବାକୁ ବିରଳଙ୍କୁ ଭଲ ଲାଗୁ ନଥିଲା। ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି ଉପରେ ଶକ୍ତିକାନ୍ତଙ୍କ ପ୍ରସ୍ତାବଗୁଡ଼ିକ ଉପରେ ସେ ଆପତ୍ତି ଉଠାଉଥିଲେ। ୨୦୧୮ ଅକ୍ଟୋବର ୨୬ରେ ସେ ୯୦ ମିନିଟ୍ର ଏକ ଲମ୍ବା ଭାଷଣ ଦେଇ ରିଜର୍ଭ ବ୍ୟାଙ୍କର ସ୍ବାଧୀନତାକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ଖୋଲାଖୋଲି ଭାବେ କହିଥିଲେ। ରିଜର୍ଭ ବ୍ୟାଙ୍କ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ସେହି ସମୟରେ ଯେଉଁ ଚର୍ଚ୍ଚା ହେଉଥିଲା ତାଙ୍କର ଏହି ଭାଷଣ ତାହାକୁ ଏକପ୍ରକାର ସ୍ପଷ୍ଟ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/birala-ac.jpg)