ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୂର’ କରି ଭାରତୀୟ ନିରୀହ ନାରୀମାନଙ୍କ ଆଖିଲୁହର ବଦ୍‌ଲା ନେଇଛି ବାୟୁସେନା। ସେ ନେଇ ଦେଶବାସୀଙ୍କୁ ସୂଚନା ପ୍ରଦାନ କରିଛନ୍ତି ଭାରତୀୟ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ବ୍ୟୋମିକା ସିଂହ।

Advertisment

ଗଣମାଧ୍ୟମ ବ୍ରିଫିଂର ନେତୃତ୍ୱ ନେଇ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବ୍ୟୋମିକା ସିଂହ। ସେ ତାଙ୍କ ନାମକୁ ସାର୍ଥକତା କରିଛନ୍ତି। ବ୍ୟୋମିକାର ଅର୍ଥ ହେଉଛି ଆକାଶର କନ୍ୟା। ପିଲାଟିଦିନରୁ ହିଁ ଉଡ଼ିବାର ମହତ୍ତ୍ୱାକାଂକ୍ଷା ନେଇ ଆଗକୁ ବଢ଼ିଥିବା ବ୍ୟୋମିକା ଆଜି ପାଲଟିଛନ୍ତି ଦେଶର ସୁନା ଝିଅ।

ସେ ନ୍ୟାସନାଲ କ୍ୟାଡେଟ୍ କୋର୍ପସ (ଏନ୍‌ସିସି) ରେ ଯୋଗ ଦେଇଥିଲେ। ଇଞ୍ଜିନିୟରିଂ କରିବା ପରେ ଶେଷରେ ସଶସ୍ତ୍ର ବାହିନୀରେ ଯୋଗ ଦେବାରେ ସେ ହେଉଛନ୍ତି ତାଙ୍କ ପରିବାରର ପ୍ରଥମ ସଦସ୍ୟ। ୨୦୧୯ ମସିହା ଡିସେମ୍ବର ୧୮ ତାରିଖରେ ତାଙ୍କୁ ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ୍ ଶାଖାରେ ହେଲିକପ୍ଟର ପାଇଲଟ୍ ଭାବରେ ସ୍ଥାୟୀ କମିଶନ ଦିଆଯାଇଥିଲା। 

୨୫ ହଜାରରୁ ଅଧିକ ଘଣ୍ଟା ଉଡ଼ାଣ ସହିତ ବ୍ୟୋମିକା ଚେତକ ଏବଂ ଚିତା ଭଳି ହେଲିକପ୍ଟର ପରିଚାଳନା କରିଛନ୍ତି। ୨୦୨୦ ମସିହାରେ ଅରୁଣାଚଳ ପ୍ରଦେଶରେ ଏକ ପ୍ରମୁଖ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିଲେ ସେ।

୨୦୨୧ ମସିହାରେ ତାଙ୍କ ସାହସ ପୁଣି ଥରେ ପ୍ରମାଣିତ ହୋଇଥିଲା। ଯେତେବେଳେ ସେ ମାଉଣ୍ଟ ମଣିରଙ୍ଗ (୨୧,୬୫୦ ଫୁଟ)ରେ ଏକ ସମ୍ପୂର୍ଣ୍ଣ ମହିଳା ତ୍ରି-ସେବା ପର୍ବତାରୋହଣ ଅଭିଯାନରେ ଯୋଗ ଦେଇଥିଲେ।