୨୦ବର୍ଷର ରେକର୍ଡ : ଥରେ ଲୋକସଭା ବାଚସ୍ପତି ହେବା ପରେ ପୁଣି ଲୋକସଭା ସଦସ୍ୟ ହୋଇ ପାରି ନ ଥିଲେ ଏହି ରାଜନେତା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତିଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବିଗତ ୨୦ବର୍ଷ ମଧ୍ୟରେ ଲୋକସଭା ବାଚସ୍ପତି ହୋଇଥିବା ରାଜନେତା ବା ନେତ୍ରୀ ପୁଣି ଥରେ ଲୋକସଭା ନିର୍ବାଚନ ଲଢ଼ି ଜିତି ପାରି ନଥିବା ଜଣାପଡ଼ିଛି । ଲୋକସଭା ବାଚସ୍ପତି ହେବା ପରେ  କତିପୟ ନେତା ମୃତ୍ୟୁବରଣ କରିିବା ସହ  କେତେଜଣ ନିର୍ବାଚନ ହାରି ଯାଇଥିବା ଦେଖା ଯାଇଥିଲା । ଆଜି ଆସନ୍ତୁ ନଜର ପକାଇବା ସେହି ସବୁ ନାମ ଉପରେ…

୧. ୧୯୯୯ ମସିହା ଅକ୍ଟୋବରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ସମୟରେ ତେଲୁଗୁ ଦେଶମ ପାର୍ଟିର ନେତା ଜିଏମ୍‌ସି ବାଲାଯୋଗୀ ଲୋକସଭା ବାଚସ୍ପତି ହୋଇଥିଲେ । କିନ୍ତୁ ମାର୍ଚ୍ଚ ୩, ୨୦୦୨ରେ ଆନ୍ଧ୍ରପ୍ରଦେଶର କୈକ୍‌ନୁରରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା ।

indiatoday.in

୨. ଜିଏମ୍‌ସି ବାଲଯୋଗୀଙ୍କ ଦେହାନ୍ତ ପରେ ଶିବସେନାର ବରିଷ୍ଠ ନେତା ମନହୋର ଜୋଶୀଙ୍କୁ ସର୍ବସମ୍ମତିରେ ଲୋକସଭାର ବାଚସ୍ପତି କରାଯାଇଥିଲା । ୨ବର୍ଷ ୨୩ଦିନ ପର୍ଯ୍ୟନ୍ତ ବାଚସ୍ପତି ରହିବା ପରେ ୨୦୦୪ରେ ମୁମ୍ବାଇର ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜୟ ହାସଲ କରି ପାରି ନଥିଲେ ।

Moneycontrol

୩. ୨୦୦୪ରେ ୟୁପିଏ ସରକାର କ୍ଷମତାକୁ ଆସିବା ପରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ । ଯାହା ପରେ କଂଗ୍ରେସ ନେତା ସୋମନାଥ ଚାଟାର୍ଜୀଙ୍କୁ ଲୋକସଭା ବାଚସ୍ପତି କରାଯାଇଥିଲା । ସେ ପଶ୍ଚିମବଙ୍ଗର ବୋଲପୁରରୁ ଲୋକସଭା ନିର୍ବାଚନ ଜିତି ବାଚସ୍ପତି ହୋଇଥିଲେ । କିନ୍ତୁ ହଠାତ୍‌ ୨୦୦୮ରେ ସେ ନିଜର କାର୍ଯ୍ୟକାଳ ଶେଷ ହେବା ପରେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରି ଦେଇଥିଲେ ।

Livemint

୪. ୟୁପିଏ ଦ୍ୱିତୀୟ ଥର ପାଇଁ ୨୦୦୯ରେ କ୍ଷମତାକୁ ଆସିବା ପରେ ମୀରା କୁମାରଙ୍କୁ ଲୋକସଭା ବାଚସ୍ପତି କରାଯାଇଥିଲା । ମୀରା କୁମାର ଦେଶର ପ୍ରଥମ ମହିଳା ଦଳିତ ବାଚସ୍ପତି ଥିଲେ । ୨୦୦୯-୨୦୧୪ ପର୍ଯ୍ୟନ୍ତ ସେ ଲୋକସଭା ବାଚସ୍ପତି ରହିଥିଲେ । ୨୦୧୪ରେ ସେ ପୁଣି ଥରେ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜୟ ହାସଲ କରି ପାରି ନଥିଲେ ।

YouTube

୫. ୨୦୧୪ରେ ବହୁମତ ସହିତ ବିଜେପି କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ।  ଇନ୍ଦୋର ଲୋକସଭା ଆସନରୁ ଲଗାତାର ୮ଥର ଲୋକସଭା ନିର୍ବାଚନ ଜିତିଥିବା ସୁମିତ୍ରା ମହାଜନଙ୍କୁ ଲୋକସଭା ବାଚସ୍ପତି କରାଯାଇଥିଲା । ତେବେ ୨୦୧୯ରେ ମଧ୍ୟ ସୁମିତ୍ରା ମହାଜନ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ବେଳେ ସେ ବିଜେପିର ଅଘୋଷିତ ବୟସ ସୀମାକୁ ପାର୍‌ କରି ଯାଇଥିବାରୁ ନିର୍ବାଚନ ଲଢ଼ି ପାରି ନଥିବା ଜଣା ପଡ଼ିଛି ।

Hindustan Times
ସମ୍ବନ୍ଧିତ ଖବର