ଖୁସି ଖବର: ମାସ ଶେଷରେ କୋଭାକ୍ସିନକୁ ମଞ୍ଜୁରୀ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ଖୁବଶୀଘ୍ର କୋଭାକ୍ସିନକୁ ନେଇ ଆସିପାରେ ଆଶ୍ୱସ୍ତିକର ଖବର । ଭାରତରେ କରୋନା ବିରୋଧରେ ଲଢେଇ ପାଇଁ ଲୋକଙ୍କୁ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଯାଏଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ପକ୍ଷରୁ ଏହାକୁ ମଞ୍ଜୁରୀ ଦିଆଯାଇନାହିଁ । କିନ୍ତୁ ଏବେ ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର ଅଥାର୍ତ ମାସ ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ମଞ୍ଜୁରୀ ଦେଇପାରେ (‘ହୁ’)। ଯେହେତୁ (‘ହୁ’) ପକ୍ଷରୁ କୋଭାକ୍ସିନକୁ ମଞ୍ଜୁରୀ ଦିଆଯାଇନାହିଁ ତେଣୁ ଏହାକୁ ଅନେକ ଦେଶ ବ୍ୟବହାର ପାଇଁ ମାନ୍ୟତା ଦେଇନାହାନ୍ତି ।

ସବୁଠୁ ବଡ଼ କଥା ହେଉଛି, (‘ହୁ’) ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିନଥିବାରୁ ବିଦେଶକୁ ଯାଉଥିବା ଭାରତୀୟଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । କୋଭାକ୍ସିନ ଟିକା ନେଇଥିବା ଭାରତୀୟଙ୍କୁ ଅନ୍ୟ ଦେଶରେ ପ୍ରବେଶ ଅନୁମତି ମିଳୁନାହିଁ । ତେଣୁ ଅଧିକାଂଶ ଭାରତୀୟ କୋଭାକ୍ସିନ ଟିକା ନେଇଥିଲେ ମଧ୍ୟ ବିଦେଶ ଯାଇପାରୁନାହାନ୍ତି । କିନ୍ତୁ ଏସବୁ ଭିତରେ କୋଭାକ୍ସିନ ନେଇ ବିଦେଶ ଯାଉଥିବା ଭାରତୀୟଙ୍କୁ ଖୁସିଖବର ମିଳିବାକୁ ଯାଉଛି ।

indiatoday.in

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇରେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ କରିବାକୁ ସମସ୍ତ କାଗଜପତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ପାଖରେ ଦାଖଲ କରିଥିଲା ଭାରତ ବାୟୋଟେକ । ପରେ କମ୍ପାନି ପକ୍ଷରୁ ଦିଆଯାଇଥିବା ସମସ୍ତ କାଗଜପତ୍ରର ଯାଞ୍ଚ କରିଥିଲା ‘ହୁ’। ଆଉ ଏବେ ଖୁବଶୀଘ୍ର ‘ହୁ’ପକ୍ଷରୁ କୋଭାକ୍ସିନକୁ ମଞ୍ଜୁରୀ ମିଳିବାକୁ ଯାଉଛି । ଏବେ ସୁଦ୍ଧା ‘ହୁ’ ଫାଇଜର, ଆଷ୍ଟ୍ରାଜେନେକା, ଜନସନ, ମଡର୍ଣ୍ଣା ଓ ସିନୋଫାର୍ମର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ।

ସମ୍ବନ୍ଧିତ ଖବର