ଅହମଦାବାଦ୍: ଗୁଜରାଟ ରାଜଧାନୀ ଅହମଦାବାଦ୍ର କୋଭିଡ୍ ନିୟନ୍ତ୍ରଣ ପଦକ୍ଷେପକୁ ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ପ୍ରଶଂସା କରିଛନ୍ତି। କୋଭିଡ୍ ନିୟନ୍ତ୍ରଣ ପାଇଁ ଅହମଦାବାଦ୍ରେ ଯେଉଁ ପଦକ୍ଷେପ ଗ୍ରହଣ ହୋଇଛି ତାକୁ ଏକ କେସ୍ ଷ୍ଟଡି ଭାବେ ଭାରତର ଅନ୍ୟ ଅଂଶ ଏବଂ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ କେସ୍ ଷ୍ଟଡି ଭାବେ ଗ୍ରହଣ କରିହେବ ବୋଲି ଡବ୍ଲ୍ୟୁଏଚ୍ଓ କହିଛନ୍ତି। ଡବ୍ଲ୍ୟୁଏଚ୍ଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଅହମଦାବାଦ୍ର କୋଭିଡ୍ ନିୟନ୍ତ୍ରଣ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ଅହମଦାବାଦ୍ରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ ହୋଇଛି ତଥା 'ଧନ୍ବନ୍ତରି ରଥ', '୧୦୪ ହେଲ୍ପଲାଇନ୍ ନମ୍ବର', ସଂଜୀବନୀ ଭ୍ୟାନ୍ ଏବଂ କରୋନା ନିୟନ୍ତ୍ରଣ ଦିଗରେ ଘରୋଇ ହସ୍ପିଟାଲ୍ମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ଏକ କେସ୍ ଷ୍ଟଡି ଭାବେ ଭାରତର ଅନ୍ୟ ଅଂଶ ପାଇଁ ଗ୍ରହଣ କରିହେବ ବୋଲି 'ହୁ' ସୁପାରିସ କରିଛନ୍ତି। ଅନ୍ୟପକ୍ଷେ ଗୁଜରାଟ ମଧ୍ୟ ଏହାର ଟେଷ୍ଟିଂକୁ ବଢ଼ାଇ ଦେଇଛି। ଜୁଲାଇରେ ୩ ଲକ୍ଷ ୯୧ ହଜାର ୧୧୪ କୋଭିଡ୍ ଟେଷ୍ଟ୍ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/who-reuters1.jpg)