ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା : କରୋନା ମୁକାବିଲାରେ ଧାରାବୀ ମଡେଲ

ନୂଆଦିଲ୍ଲୀ : ଏସିଆର ସବୁଠାରୁ ବଡ଼ ବସ୍ତି ମୁମ୍ବାଇର ‘ଧାରାବୀ’ କରୋନାର ସଫଳ ମୁକାବିଲା କରିପାରିଛି। ଧାରାବୀରେ କୋଭିଡ୍‌ ରଣନୀତି ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାରୁ ଏହା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଧାରାବୀର କରୋନା ମୁକାବିଲାକୁ ଭୂୟସୀ ପ୍ରଶଂସା କରିଛନ୍ତି। ‘ହୁ’ ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ କହିଛନ୍ତି ଯେ ବିଶ୍ବରେ ଏମିତି ଅନେକ ଉଦାହରଣ ରହିଛି ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ କରୋନା ଅଧିକ ଦ୍ରୁତ ଗତିରେ ବଢ଼ୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିହେବ। ସେ କହିଛନ୍ତି ଯେ ମୁମ୍ବାଇର ‘ଧାରାବୀ’ ଜନବସତି ବିଭିନ୍ନ କାରଣରୁ ଅତି ଚ୍ୟାଲେଂଜପୂର୍ଣ୍ଣ ସ୍ଥିତିରେ ଥିଲେ ମଧ୍ୟ ସେଠାରେ କରୋନା ଭାଇରସ୍‌କୁ ଭଲଭାବେ ମୁକାବିଲା କରାଯାଇଛି। ଗତ ୬ ସପ୍ତାହ ମଧ୍ୟରେ କରୋନା ମାମଲା ଦ୍ବିଗୁଣା ହୋଇଥିଲେ ବି ଏହାକୁ ନିୟନ୍ତ୍ରଣ କରିହେବ। ମୁମ୍ବାଇର ଧାରାବୀକୁ ଏଥିପାଇଁ ‘ହୁ’ ମୁଖ୍ୟ ପ୍ରଶଂସା କରି କହିଛନ୍ତି, ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ୍‌ ଦ୍ବାରା ସଂକ୍ରମଣର ‌ଚେନ୍‌କୁ ଭାଙ୍ଗିହେବ ଏବଂ ଧାରାବୀ ହେଉଛି ଏହାର ଏକ ବଳିଷ୍ଠ ଉଦାହରଣ।

ଏସିଆର ଏହି ସର୍ବବୃହତ୍‌ ବସ୍ତିରେ ଜନସଂଖ୍ୟା ଅଧିକ ଥିଲେ ମଧ୍ୟ ନିଷ୍ଠାପର ପ୍ରୟାସ ବଳରେ ଏଠାରେ କରୋନାକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖାଯାଇପାରିଛି। ଗତ ମଙ୍ଗଳବାର ଦିନ ଧାରାବୀରେ କେବଳ ଗୋଟିଏ ମାମଲା ଥିଲା। ଧାରାବୀରେ ମୋଟ୍‌ ୨୩୦୦ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର

Comments are closed.