ନୂଆଦିଲ୍ଲୀ: କରୋନା ଭାଇରସ୍ ଯେ ସମ୍ପୂର୍ଣ୍ଣ ବିନାଶ ହୋଇଯିବ ତା'ର କୌଣସି ପ୍ରମାଣ ନାହିଁ। ଭବିଷ୍ୟତ ପାଇଁ ଲୋକମାନଙ୍କୁ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ ଏବଂ ନୂଆ ନିୟମ ପାଳନ କରିବାକୁ ପଡ଼ିବ। କଠୋରରୁ ଅତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କରୋନା ମୁକାବିଲା ପାଇଁ ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)ର ସ୍ବତନ୍ତ୍ର ପ୍ରତିନିଧି ଡ. ଡାଭିଡ୍ ନବାରୋ କହିଛନ୍ତି। କରୋନା ମୁକାବିଲା ଦିଗରେ ଭାରତ ଲକ୍ଡାଉନ୍ ଭଳି ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହାକୁ ଡ. ଡାଭିଡ୍ ନବାରୋ ଦୃଢ଼ ପ୍ରଶଂସା କରିଛନ୍ତି। ଭାରତ ଆଗୁଆ ପଦକ୍ଷେପ ଗ୍ରହଣ କରିବାଦ୍ବାରା ଭାଇରସ୍ ସହ ମୁକାବିଲା କରିବାପାଇଁ ଭାରତ ହାତରେ ଅଧିକ ସମୟ ରହିଲା। ସେ କହିଛନ୍ତି ଯଦି ଆରମ୍ଭରୁ କଡ଼ା ପଦକ୍ଷେପ ଗ୍ରହଣ ନହୁଏ ତେବେ ଏହା ଯେତେବେଳେ ଅତି ଦ୍ରୁତ ଗତିରେ ବଢ଼ିଯିବ ଏହାକୁ ନିୟନ୍ତ୍ରଣ କରିବା କଷ୍ଟଦାୟକ ହୋଇଯିବ । ଭାରତରେ ଲକ୍ଡାଉନ୍ ଭଳି ନିଷ୍ପତ୍ତି ଉଚିତ ସମୟରେ ନିଆଯାଇଛି। ଯେତେବେଳେ ଭାରତରେ ଖୁବ୍ କମ୍ ମାମଲା ଥିଲା ସେତେବେଳେ ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିଲା। ଏହା ନିଶ୍ଚିତ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ଏହାଦ୍ବାରା ସମଗ୍ର ଦେଶକୁ କରୋନା ଭଳି ଏକ ବିରାଟ ଶତ୍ରୁ ସହ ମୁକାବିଲା କରିବାର ସମୟ ମିଳିଲା। ଡ. ଡାଭିଡ୍ କହିଛନ୍ତି ଏହି ନିଷ୍ପତ୍ତିକୁ ଅନେକ ସମାଲୋଚନା କରୁଥିଲେ ମଧ୍ୟ ଏହା ବାସ୍ତବରେ ଭାରତ ସରକାରଙ୍କ ଏକ ସାହସିକ ପଦକ୍ଷେପ। ଭାରତ ଭାଇରସ୍ ଅଧିକ ବ୍ୟାପିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଆଗୁଆ ପଦକ୍ଷେପ ନେବାଦ୍ବାରା ବିପଦକୁ ଏହା ସହଜରେ ମୁକାବିଲା କରିପାରିବ।
ଭାରତରେ ‘ଲକ୍ଡାଉନ୍’ ଏକ ସାହସିକ ପଦକ୍ଷେପ: ଡବ୍ଲ୍ୟୁଏଚ୍ଓ
/sambad/media/post_attachments/wp-content/uploads/2020/04/images.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)