‘ହୁ’ ମାନିଲା ‌କରୋନା ବାୟୁବାହିତ

ଜେନେଭା : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ଆଜି କୁହାଯାଇଛି ଯେ କରୋନା ଭୂତାଣୁ ବାୟୁ ଦ୍ବାରା ମଧ୍ୟ ପରିବାହିତ ହୋଇଥାଇପାରେ। ଏସଂପର୍କରେ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଦେଇଥିବା ମତାମତକୁ ଗ୍ରହଣ କରିଛି ସଂଗଠନ। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

କାଶିବା ବା ଛିଙ୍କିବା ଯୋଗୁଁ ଜଣେ ବ୍ୟକ୍ତି ଠାରୁ ନିର୍ଗତ ହେଉଥିବା ଜଳୀୟ କଣା କରୋନା ଭୂତାଣୁ ସାର୍ସ-କୋଭ୍-୨ ସଂକ୍ରମିତ ହୁଏ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଉଥିଲା। ତେବେ ଏହା ବାୟୁ ଦ୍ବାରା ବି ପରିବାହିତ ହୁଏ ବୋଲି ସ୍ବୀକାର କରିଛି। ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ଥିବା କ୍ଷୁଦ୍ର ଜଳକଣିକା ଦ୍ବାରା ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ‘ହୁ’ର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ପ୍ରମୁଖ ଡା. ବେନେଡେଟ୍ଟା ଆଲେଗ୍ରାଞ୍ଜି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି ବିଶ୍ବରେ କୋଟିଏ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଖାପାଖି ସାଢ଼େ ୫ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା କରୋନା ଭୂତାଣୁକୁ ନେଇ ଏବେ ବି ଗବେଷଣା ଚାଲିଛି। ନିକଟରେ ବିଶ୍ବର ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ ଦାବି କରିଥିଲେ ଯେ କରୋନା ଭୂତାଣୁ ବାୟୁରେ ପରିବାହିତ ହେଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଚିଠି ଲେଖି କରୋନା ଗାଇଡଲାଇନ୍ସରେ ପରିବର୍ତନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ବିଶେଷ କରି ଅତି ଗହଳି ସ୍ଥାନ, ନିବୁଜ କୋଠରି ଏବଂ ଦୁର୍ବଳ ବାୟୁ ଚଳାଚଳ କରୁଥିବା ସ୍ଥାନମାନଙ୍କରେ କରୋନା ଭୂତାଣୁ ବାୟୁ ଦ୍ବାରା ଅନ୍ୟ ଶରୀରକୁ ପରିବାହିତ ହୋଇପାରିବ ବୋଲି ସେମାନେ କହିଥିଲେ।

ଏସଂପର୍କରେ ଡା. ଆଲେଗ୍ରାଞ୍ଜି କହିଛନ୍ତି ଯେ ଏହାକୁ ପ୍ରମାଣ କରିବା ଲାଗି ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟକୁ ବିଶ୍ଲେଷଣ କରିବା ପରେ ନିର୍ଦିଷ୍ଟ ନିଷ୍ପତ୍ତି‌େର ପହଂଚିପାରିବା। ଏହାପରେ ଯାଇ ଗାଇଡଲାଇନ୍ସରେ ପରିବର୍ତନ କରାଯିବ। ବର୍ତମାନ ଗାଇଡଲାଇନ୍ସ ଅନୁଯାୟୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି। କରୋନା ଭୂତାଣୁ ବାୟୁ‌େର ପରିବାହିତ ହେଉଛି ବୋଲି ପ୍ରମାଣ ମିଳିବା ପରେ ତ୍ରିସ୍ତରୀୟ ମାସ୍କକୁ ବାଧ୍ୟତାମୂଳକ କରାଯାଇପାରେ।

ସମ୍ବନ୍ଧିତ ଖବର