ଜିନିଭା: ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଆବିଷ୍କୃତ ହେବା ପରଠାରୁ କୋଭିଡ୍‌-୧୯ ଜନିତ ୫ ଲକ୍ଷ ମୃତ୍ୟୁ ନିମନ୍ତେ ମଙ୍ଗଳବାର ଦିନ ଶୋକ ପ୍ରକାଶ କରି ବିଶ୍ବବ୍ୟାପୀ ୧୩୦ ନିୟୁତ ସଂକ୍ରମଣ ମାମଲା ଓ ୫୦୦,୦୦୦ ମୃତ୍ୟୁ ରେକର୍ଡ କରାଯାଇଛି।

Advertisment

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସାମାଜିକ ଗଣମାଧ୍ୟମ ଚାନେଲ୍‌ରେ ‘ଲାଇଭ୍‌ ଇଣ୍ଟର୍‌ଆକ୍ସନ୍‌’ ସମୟରେ ମହମ୍ମଦ୍‌ କହିଛନ୍ତି, ଫଳପ୍ରଦ ଟିକା ଯୁଗରେ ଅର୍ଦ୍ଧ ନିୟୁତ ଜନତା ମରିବା ବାସ୍ତବିକ ଦୁଃଖଦାୟକ। ‘ଓମିକ୍ରନ୍‌’କୁ ସାମାନ୍ୟ ବୋଲି କହୁଥିବା ବେଳେ ଏହା ଚିହ୍ନଟ ହେବା ଠାରୁ ଅର୍ଦ୍ଧ ନିୟୁତ ଜନତା ଯେ ପ୍ରାଣ ହରାଇଲେଣି, ଏ କଥାଟିକୁ ସମସ୍ତେ ଛାଡ଼ି ଯାଉଛନ୍ତି।

publive-image Image Courtesy of First Post

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ‘କୋଭିଡ୍‌-୧୯ ଟେକ୍ନିକାଲ୍‌ ଲିଡ୍‌’ ମାରିଆ ଭାନ୍‌ କେର୍‌ଖୋଭ୍‌ କହିଛନ୍ତି ଯେ, ଓମିକ୍ରନ୍‌ ସଂକ୍ରମଣ ମାମଲାର ଦ୍ରୁତ ବୃଦ୍ଧି ଆଶ୍ଚର୍ଯ୍ୟକର ନିଶ୍ଚୟ। ଏଯାବତ୍‌ ରେକର୍ଡ ହୋଇଥିବା ସଂକ୍ରମଣ ଏବଂ ମୃତ୍ୟୁର ପ୍ରକୃତ ସଂଖ୍ୟା ‌ଯଥେଷ୍ଟ ଅଧିକ ହେବ। ଏହା ପୂର୍ବ ସଂକ୍ରମଣର ଶୀର୍ଷକୁ ପ୍ରାୟ ସମାନ୍ତରଳ ଅବସ୍ଥାକୁ ନେଇ ଆସିଛି।

ଏବେ ମଧ୍ୟ ଆମେ ମହାମାରୀ ଘେରରେ ଅଛନ୍ତି। ମୋର ଆଶା ଏହାର ଅବସାନର ନିକଟତର ହୋଇଆସୁଛି। ଏବେ ମଧ୍ୟ ଅନେକ ଦେଶରେ ଓମିକ୍ରନ୍‌ ସଂକ୍ରମଣ ଶୀର୍ଷରେ ପହଞ୍ଚିନାହିଁ। ଏହି ଭୂତାଣୁ ନିଜକୁ ବିପଜ୍ଜନକ ସାବ୍ୟସ୍ତ କରିଚାଲିଛି।