ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ୧୨୪ ଦେଶକୁ ବ୍ୟାପିଲାଣି କରୋନାର ଡେଲଟା ଭାରିଆଣ୍ଟ, କିଛିମାସ ମଧ୍ୟରେ ଆଣିପାରେ ମହାମାରୀ ଭଳି ସ୍ଥିତି

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନାର ଡେଲଟା ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଆସନ୍ତା କିଛିମାସ ମଧ୍ୟରେ କରୋନାର ଏହି ରୂପ ସାରା ବିଶ୍ୱରେ ମହାମାରୀ ଭଳି ସ୍ଥତି ଉପୁଜାଇ ପାରେ । ଡେଲଟା ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଭାରତରୁ ଚିହ୍ନଟ ହୋଇଥିଲେ । ଏହାପରେ ଏହା ଏବେ ସାରା ବିଶ୍ୱର ୧୨୪ ଟି ଦେଶକୁ ବ୍ୟାପି ସାରିଲାଣି ।

ଆମେରିକାରେ ଏବେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହେଉଛି । ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ବି ସ୍ଥିତି ସମାନ । ଦକ୍ଷିଣ କୋରିଆ, ଇରାନ ଭଳି ଦେଶରେ ବି ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Covid-19: Exposing people to virus for herd immunity is unethical, says WHO  chief Tedros - World News
India Today

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ, ଗୋଟିଏ ସପ୍ତାହ ମଧ୍ୟରେ ନୂଆ ୧୩ ଟି ଦେଶରେ ଡେଲଟା ଭାରିଆଣ୍ଟ ସଂକ୍ରମଣ ଦେଖିବାକୁ ମିଳିଛି । ସଂଗଠନ ତରଫରୁ ମହାମାରୀ ଉପରେ ଦିଆଯାଇଥିବା ରିପୋର୍ଟରେ ଏ କଥାକୁ ଅସ୍ବୀକାର କରାଯାଇ ନାହିଁ କି କରୋନାର ଆହୁରି ନୂଆ ଭାରିଆଣ୍ଟ ଆସିବାକୁ ଯାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଦିଆଯାଇଥିବା ରିପୋର୍ଟରେ କରୋନାର ଆଲଫା ଭାରିଆଣ୍ଟ (ପ୍ରଥମ ସଂକ୍ରମିତ ବ୍ରିଟେନରୁ ଚିହ୍ନଟ), ବିଟା ଭାରିଆଣ୍ଟ(ପ୍ରଥମ ସଂକ୍ରମିତ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ), ଗାମା ଭାରିଆଣ୍ଟ (ପ୍ରଥମ ସଂକ୍ରମିତ ବ୍ରାଜିଲରୁ ଚିହ୍ନଟ) ହୋଇଥିଲା । ସଂଗଠନର ଅପଡେଟ୍ ରିପୋର୍ଟ ମୁତାବକ ଆଲଫା ଭାରିଆଣ୍ଟ ଏବେ ବିଶ୍ୱର ୧୮୦ ଟି ଦେଶରେ, ବିଟା ଭାରିଆଣ୍ଟ ବିଶ୍ୱର ୧୩୦ ଟି ଦେଶରେ ଓ ଗାମା ଭାରିଆଣ୍ଟ ବିଶ୍ୱ ୭୮ ଟି ଦେଶରେ ବ୍ୟାପି ସାରିଛି ।

ସମ୍ବନ୍ଧିତ ଖବର