କରୋନା ଭାଇରସ୍‌ର ଉତ୍ପତ୍ତି ବିଷୟରେ ତଥ୍ୟ ହାସଲ କରିବାକୁ ଆସନ୍ତା ଜାନୁଆରିରେ ଚୀନ ଯିବ ବିଶେଷଜ୍ଞ ଦଳ: ହୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ୟା ମଧ୍ୟରେ ଏକ ବର୍ଷ ହୋଇ ଯାଇଥିଲେ ବି ଏହାର ଉତ୍ପତ୍ତି ଇତିହାସ ଏବେ ବି ଅଜଣା। ଏହା କେଉଁଠୁ ଓ କିପରି ସୃଷ୍ଟି ହୋଇଛି ଏଯାଏ ଗବେଷକମାନେ କିଛି ଉତ୍ତର ପାଇପାରିନାହାନ୍ତି। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଏମର୍ଜେନ୍ସି ମୁଖ୍ୟ କହିଛନ୍ତି କି ମହାମାରୀ କରୋନା ଭାଇରସ୍‌ର ଉତ୍ପତ୍ତି ବିଷୟରେ ତଥ୍ୟ ହାସଲ କରିବାକୁ ଆସନ୍ତା ଜାନୁଆରି‌ ପ୍ରଥମ ସପ୍ତାହରେ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ଦଳ ଚୀନ ଗସ୍ତ କରିବ।

ଡକ୍ଟର ମାଇକେଲ୍‌ ରୟାନ କହିଛନ୍ତି କି ଉହାନକୁ ପରିଦର୍ଶନରେ ଯିବାକୁ ଥିବା ଏହି ଦଳ ପାଇଁ ସେଠାରେ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କରାଯିବ। ଟିମ୍‌ର ଲକ୍ଷ୍ୟ ହେଉଛି ସଂପୃକ୍ତ ଅଞ୍ଚଳକୁ ଯାଇ ଯେଉଁଠାରେ ପ୍ରଥମେ ମାନବ ସଂକ୍ରମଣ ହୋଇଥିବା ସ୍ଥାନକୁ ଚିହ୍ନଟ କରିବା।

ସେ ଆହୁରି କି କହିଛନ୍ତି ଯେ ଚୀନରେ ଥିବା କିଛି ଗବେଷକଙ୍କ ସହ ମିଶି ଏହି ଦଳ କାର୍ଯ୍ୟ କରିବ। ତେବେ ଚୀନର ଅଧିକାରୀମାନେ ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ।

ରୟାନ କହିଛନ୍ତି କି ପୂରା ବିଶ୍ବ କରୋନା ଟିକାର ଆଗମନର ସଫଳତାକୁ ପାଳନ କରି ଖୁସି ମନାଇଲେ ମଧ୍ୟ ଆଗାମୀ ୩ରୁ ୬ ମାସ ଆମ ସମସ୍ତଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହୋଇପାରେ।

ଉଲ୍ଲେଖଯେଗ୍ୟେ, ଏବେ ସୁଦ୍ଧା ପୂରା ବିଶ୍ବରେ ୭୫.୫ ମିଲିୟନ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ଭାରତରେ ୯.୯୮ ମିଲିୟନ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର