ନୂଆଦିଲ୍ଲୀ : କରୋନା ମହାମାରୀ ଅପେକ୍ଷା କରୋନା ବିରୋଧରେ ଲଢ଼ିବାପାଇଁ ବିଶ୍ବ ନେତୃତ୍ବ ଏବଂ ଏକତାର ଅଭାବ ଏବେ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ମହାମାରୀର ରାଜନୀତିକରଣ କରିବା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଆଜି କହିଛନ୍ତି। ଉଲ୍ଲେଖଯୋଗ୍ୟ 'ହୁ' କୁ ଏବେ ବିଶ୍ବର ବିଭିନ୍ନ ରାଷ୍ଟ୍ର ଦ୍ବାରା କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଆମେରିକା କହିଛି 'ହୁ' କରୋନା ମୁକାବିଲା ଦିଗରେ ଅତ୍ୟନ୍ତ ଦୁର୍ବଳ ଏବଂ ମନ୍ଥର। ସେହିପରି ଅନ୍ୟ ରାଷ୍ଟ୍ରମାନେ ମହାମାରୀର ସମୀକ୍ଷା କରିବାକୁ ଚାହିଛନ୍ତି। ମହାମାରୀକୁ ନେଇ ରାଜନୀତି ବଢ଼ିଥିବାରୁ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରସ୍ ଆଧନମ୍ କହିଛନ୍ତି, ସମଗ୍ର ବିଶ୍ବ ଏବେ ଜାତୀୟ ଏକତା ଚାହୁଛି। ଏବେ ଆମେ ସାମ୍ନା କରୁଥିବା ସବୁଠାରୁ ବଡ଼ ବିପଦ ଭାଇରସ୍ ନୁହେଁ ବରଂ ଏହାକୁ ମୁକାବିଲା ପାଇଁ ବିଶ୍ବ ନେତୃତ୍ବ ଏବଂ ବିଶ୍ବ ଏକତାର ଅଭାବ ଆମ ପାଇଁ ଏକ ବଡ଼ ବିପଦ ଭାବେ ଠିଆ ହୋଇଛି। ସଂକ୍ରମଣ ବଢ଼ି ଚାଲିଥିବାରୁ ଆମକୁ ରାଜନୀତିଠାରୁ ଦୁରେଇ ରହି ଏକତାର ସହ ଏହି ଭାଇରସ୍ ବିରୋଧରେ ଲଢ଼ିବାକୁ ହେବ ବୋଲି 'ହୁ' ମୁଖ୍ୟ କହିଛନ୍ତି।
ମହାମାରୀ ଅପେକ୍ଷା ବିଶ୍ବ ନେତୃତ୍ବରେଏକତାର ଅଭାବ ସବୁଠୁ ବଡ଼ ବିପଦ: ‘ହୁ’
/sambad/media/post_attachments/wp-content/uploads/2020/06/who.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)