ଲଣ୍ଡନ୍: ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମିତ ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସଙ୍କଟଜନକ ଅବସ୍ଥା ଥିବା ରୋଗୀମାନଙ୍କ ପାଇଁ ଆଜି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ‘ଫାଇଜର୍’ର କୋଭିଡ୍-୧୯ ଭୂତାଣୁ ନିରୋଧୀ ବଟିକା ‘ପାକ୍ସ୍ଲୋଭିଡ୍’କୁ ଅନୁମୋଦନ କରିଛି।
‘ବିଏମ୍ଜେ’ ମେଡିକାଲ୍ ଜର୍ଣ୍ଣାଲ୍ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଔଷଧ କମ୍ପାନି ‘ଫାଇଜର୍’ର ‘ନିର୍ମାଟ୍ରେଲ୍ଭିର୍’ ଏବଂ ‘ରିଟୋନେଭିର୍’ ମିଶ୍ରଣରେ ପ୍ରସ୍ତୁତ କରିଥିବା ଔଷଧ ଟିକା ନ ନେଇଥିବା, ବୟୋଜ୍ୟେଷ୍ଠ ଅଥବା ରୋଗ ପ୍ରତିରୋଧକ ଶକ୍ତି ନ ଥିବା କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଉତ୍ତମ ବିକଳ୍ପ।
ସୂଚନାଯୋଗ୍ୟ, ଏହି ଧରଣର ରୋଗୀଙ୍କ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ବାୟୋଟେକ୍ ଫାର୍ମ ‘ଜିଲ୍ଡ୍’ଦ୍ବାରା ନିର୍ମିତ ଭୂତାଣୁ ନିରୋଧୀ ଔଷଧ ‘ରେମ୍ଡେସିଭିୟର୍’କୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସର୍ତ୍ତମୂଳକ ଅନୁମୋଦନ ଦେଇଥିଲା।
Image Courtesy of Bloombergବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି, ଏବେ ମିଳୁଥିବା ବିକଳ୍ପଗୁଡ଼ିକ ଠାରୁ ‘ଫାଇଜର୍’ର ଏହି ଖାଇବା ଔଷଧ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ରକ୍ଷା କରୁଛି। ଏହାର ପ୍ରୟୋଗ ସହଜ ଏବଂ ଅନ୍ୟ ଔଷଧ ଅପେକ୍ଷା କମ୍ କ୍ଷତିକାରକ।
Image Courtesy of Devex୩,୧୦୦ଜଣ ରୋଗୀଙ୍କ ଉପରେ ଦୁଇଟି ପର୍ଯ୍ୟାୟରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଔଷଧକୁ ଅନୁମୋଦନ କରିଛି।
କିନ୍ତୁ, ଏହି ଔଷଧ କେବଳ ୧୮ରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କୁ ଦିଆଯାଇ ପାରିବ। ଅନ୍ତଃସତ୍ତ୍ବା ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଏହାର ପ୍ରୟୋଗ ନିଷେଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/WHO-Approves-pFizer-Covid-19-Medicine_Thumbnail.jpg)