ନୂଆଦିଲ୍ଲୀ: କରୋନାଭାଇରସ୍ର ଉତ୍ପତ୍ତି ଏବଂ ମଣିଷ ଶରୀରକୁ ଏହାର ସଂକ୍ରମଣ ବିଷୟରେ ତଦନ୍ତ କରିବାକୁ ଆସନ୍ତା ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ ଟିମ୍ ଚୀନ୍ ଗସ୍ତରେ ଯିବ।
ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର୍ ସୌମ୍ୟା ସ୍ବାମୀନାଥନ କହିଛନ୍ତି ଯେ ଏହି ଭୂତାଣୁର ଉତ୍ପତ୍ତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ।
Image Courtesy of The Indian Expressସେ କହିଛନ୍ତି ଯେ, ଗସ୍ତ ସକାଶେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍ ସରକାରଙ୍କ ସହ ପ୍ରସ୍ତୁତି ଚଳାଇଛି। ପ୍ରାଣୀରୁ କେମିତି ଏହି ଭୂତାଣୁ ମଣିଷ ମଧ୍ୟକୁ ପ୍ରବେଶ କଲା ତାହା ଜାଣିବାକୁ ଡିସେମ୍ବର ମାସ ପୂର୍ବର ଘଟଣାବଳୀ ଅନୁଧ୍ୟାନ କରିବାକୁ ପଡ଼ିବ। କୌଣସି ମଧ୍ୟସ୍ଥ ପ୍ରାଣୀ ଦ୍ବାରା କିଂବା ସିଧାସଳଖ ବାଦୁଡ଼ିରୁ ଏହି ଭୂତାଣୁ ମଣିଷ ଶରୀରକୁ ଆସିଛି? ଏହା ମଧ୍ୟ ସମ୍ଭବ ହୋଇଥାଇ ପାରେ। ନିପା ଭଳି ଅନ୍ୟ କେତେକ ଭୂତାଣୁ ସଂକ୍ରମଣ ସହ ବାଦୁଡ଼ି ମଧ୍ୟ ଜଡ଼ିତ। ଭୂତାଣୁ ବାଦୁଡ଼ିରୁ ସିଧାସଳଖ ଆସିଥିବାର ମଧ୍ୟ ସମ୍ଭାବନା ଥାଇପାରେ। ମଧ୍ୟସ୍ଥ ପ୍ରାଣୀ ଦ୍ବାରା ବି ଆସିଥାଇ ପାରେ। ତେଣୁ, ବିସ୍ତୃତ ଅନୁଶୀଳନ ଆବଶ୍ୟକ।
Image Courtesy of Hindustan Timesସେ ପୁଣି କହିଛନ୍ତି, ଊହାନ୍ରେ ଏକ ଜାତୀୟ ନିମୋନିଆ ସଂକ୍ରମଣ ହୋଇଥିବା କଥା ଚୀନ୍ ସରକାର ଡିସେମ୍ବର ୩୧ ତାରିଖରେ ରିପୋର୍ଟ କରିଥିଲେ। ଚୀନ୍ରେ ଥିବା ଆମ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟାଳୟ ଏକଥା ଜାନୁଆରି ପହିଲାରେ ଜାଣିଥିଲା। ସମଗ୍ର ବିଶ୍ବ ଯେମିତି ଏ କଥା ଜାଣିବ ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାର ଆନ୍ତର୍ଜାତିକ ମେକାନିଜମ୍ ଦ୍ବାରା ସୂଚନା ଦେଇଥିଲା।
କେଉଁଠୁ ଓ କେମିତି ଏ ଭୂତାଣୁ ସୃଷ୍ଟି ହେଲା ସେ ବିଷୟରେ ଆମେ ଅଧିକ କିଛି ଜାଣନ୍ତି ନାହିଁ। କେବଳ ଏତିକି ଜାଣନ୍ତି ବାଦୁଡ଼ି ଭୂତାଣୁ ସହ ଏହାର ସାମଞ୍ଜସ୍ୟ ରହିଛି। ବାଦୁଡ଼ି ଦେହରେ ଗୁଡ଼ାଏ କରୋନାଭାଇରସ୍ ଥିବା କଥା ଦକ୍ଷିଣ-ପୂର୍ବ ଏସିଆରେ କରାଯାଇଥିବା ଅନେକ ଅଧ୍ୟୟନରୁ ଜଣାପଡ଼ିଛି। ପ୍ରାୟ ୫୦୦ ପ୍ରକାରର କରୋନାଭାଇରସ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/WHO-Team-Will-Go-To-China-to-Investigate-Coronavirus_Thumbnail.jpg)