ମୁମ୍ବାଇ: ସଲମାନ ଖାନଙ୍କୁ କିଏ ଦେଉଛି ଧମକ ? କିଏ ସେ ବ୍ୟକ୍ତି ଯିଏ ଏଥର ସଲମାନଙ୍କୁ ଦେଇଛି ଖୁଲମଖୁଲା ଧମକ ? ଘରେ ପଶି ମାରିଦେବାକୁ ଧମକ ଦେବାକୁ କେଉଁଠୁ ପାଇଲା ସିଏ ସାହସ ? ଏତେ ବଡ ସୁପରଷ୍ଟାରଙ୍କ କିଏ ସେ ଅଦୃଶ୍ୟ ଶତ୍ରୁ ଯିଏ କାରକୁ ବୋମା ବିସ୍ଫୋରଣରେ ଉଡାଇ ଦେବାକୁ ଖୋଲା ଚାଲେଞ୍ଜ ଦେଇଛି ? ପ୍ରକୃତରେ ସଲମାନଙ୍କୁ କିଏ ଯିଏ ଲୁଚି ଲୁଚି ଏସବୁ ଧମକ ଦେଉଛି ।
କାରଣ ପୂର୍ବରୁ ଯେତେ ସବୁ ଧମକ ସଲମାନଙ୍କୁ ମିଳିଛି ସବୁ ପଛରେ ଲରେନ୍ସ ବିଷ୍ଣୋୟୀକୁ ଦାୟୀ କରାଯାଉଥିବା ବେଳେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସବୁ ଧମକ ପଛରେ ଧାଏ ବୋଲି ସ୍ପଷ୍ଟ ମଧ୍ୟ କରେ ଷ ହେଲେ ଏଥର କିଏ ସେ ବ୍ୟକ୍ତି ଯିଏ ଏଯାଏଁ ନିଜର ପରିଚୟ ଗୋପନ ରଖିଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । କାରଣ ଏହି ଧମକ ପୂରା ପୋଲିସ ବ୍ୟବସ୍ଥା ପାଇଁ ଖୋଲା ଆହ୍ୱାନ ।
ସିକନ୍ଦର ସଲମାନ୍ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମୁମ୍ବାଇର ବର୍ଲି ପୁଲିସ୍ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଆସିଛି । ଏଭଳି ଧମକପୂର୍ଣ୍ଣ ମେସେଜରେ ସଲମାନଙ୍କ ଘରେ ପଶି ମାରିବାକୁ ଧମକ ମିଳିଛି । ଖାଲି ଏତିକି ନୁହଁ ସଲମାନ୍ ଖାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇବା ପାଇଁ ମଧ୍ୟ ମିଳିଛି ଧମକ । ଖାଲି ମେସେଜ୍ ଜରିଆରେ ନୁହଁ ଫୋନ୍ କରି ମଧ୍ୟ ଦିଆଯାଇଛି ଧମକ ।
ଏହି ଘଟଣାରେ ପୁଲିସ୍ ଷ୍ଟେସନକୁ ଫୋନ୍ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍ ଏବଂ ଜୋରସୋରରେ ତଦନ୍ତ ଚାଲିଛି ଏବଂ ଧମକ ପରେ ସଲମାନଙ୍କ ଘର ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ଛାଉଣୀକୁ ଡବଲ କରାଯାଇଥିବା ସୂଚନା ମିଳିଛି ।
ସେପଟେ ଅଭିନେତା ସଲମାନଙ୍କୁ ୨୦୧୮ ରୁ ଧମକ ପରେ ଧମକ ମିଳିବାରେ ଲାଗିଥିବା ବେଳେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍ ପକ୍ଷରୁ ତାଙ୍କୁ ଲଗାତାର ଜୀବନରୁ ମାରିଦେବାକୁ ଧମକ ମିଳୁଛି । ସବୁବେଳେ ଟାଇଟ୍ ସିକ୍ୟୁରିଟିରେ ରହୁଥିବା ବଲିଉଡର ଭାଇଜାନଙ୍କୁ ଏବେ ପୁଣି ଥରେ ହତ୍ୟା ଧମକ ମିଳିବା ପରେ ସମସ୍ତେ ଭୟଭରା ଚିନ୍ତାରେ ।