କୋଭିଡ୍ ନିବାରଣ ପାଇଁ ଅଧିକ ଆଣ୍ଟିବାୟୋଟିକ୍ ଘାତକ ହେବ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ

ନୂଆଦିଲ୍ଲୀ: କୋଭିଡ୍-୧୯ ଦାଉରୁ ମୁକୁଳିବାକୁ ଅନ୍ୟ ରୋଗ ପାଇଁ ବ୍ୟବହୃତ ରୋଗ ପ୍ରତିରୋଧକ(ଆଣ୍ଟିବାୟୋଟିକ୍)ର ବହୁଳ ବ୍ୟବହାର ଦ୍ବାରା ରୋଗୀ ଶରୀରରେ ଉକ୍ତ ଭୂତାଣୁର ନିବାରଣ କ୍ଷମତା ବଢ଼ିବାର ଆଶଙ୍କା ରହିଛି। ଫଳରେ ଏହା ଦ୍ବାରା ଲୋକେ ବେଶି ମୃତ୍ୟୁମୁଖରେ ପଡି଼ବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ସତର୍କ କରାଇଛି। ଏ ପରିପ୍ରେକ୍ଷୀରେ ‘ହୁ’ ମହାନି‌‌ର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ ସାଧାରଣତଃ କୌଣସି ରୋଗୀଠାରେ ଥିବା ବୀଜାଣୁଗତ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିର୍ଦ୍ଦିଷ୍ଟ ପରିମାଣ ଓ ଶ୍ରେଣୀର ଆଣ୍ଟିବାୟୋଟିକ୍ ନିଆଯାଏ। ତେବେ କୋଭିଡ୍-୧୯କ୍ଷେତ୍ରରେ ରୋଗୀଠାରେ ସେପରି କିଛି ଥିଲେ ହିଁ ସେହି ଅନୁପାତରେ ଆଣ୍ଟିବାୟୋଟିକ୍ ପ୍ରୟୋଗ ହୋଇପାରିବ। କିନ୍ତୁ ତା’ର ବହୁଳ ବ୍ୟବହାର ଦ୍ବାରା ଭୂତାଣୁ ସଂକ୍ରମଣ ବେଳେ ଓ ପରେ ରୋଗୀର ମୃତ୍ୟୁ ହୋଇପାରେ।

ସମ୍ବନ୍ଧିତ ଖବର