ନୂଆଦିଲ୍ଲୀ: ସଂସଦ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍ପତି ପଦକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୨୪ରେ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଥମ ସଂସଦ ଅଧିବେଶନ ପୂର୍ବରୁ ହେବାକୁ ଥିବା ବୈଠକରେ ଏନଡିଏ ନେତାମାନେ ଅଧିବେଶନ ସମୟରେ ଏନଡିଏ ସହଯୋଗୀଙ୍କ ମଧ୍ୟରେ ଉତ୍ତମ ଫ୍ଲୋର ସମନ୍ଵୟ ସୁନିଶ୍ଚିତ କରିବାର ଉପାୟ ଉପରେ ଆଲୋଚନା କରିବେ। ଯେଉଁଥିରେ ବାଚସ୍ପତି ପଦ ପାଇଁ ମଧ୍ୟ ହେବାକୁ ଥିବା ନିର୍ବାଚନ ସଂପର୍କରେ ଆଲୋଚନା ହେବ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବାଚସ୍ପତି ପଦ ପାଇଁ ମେଣ୍ଟ ସହଯୋଗୀ ଦଳ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବା ପାଇଁ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି।
ନିୟମ ଅନୁଯାୟୀ ଉପବାଚସ୍ପତି ପଦ ନଦେଲେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ତେଣୁ, ନିର୍ବାଚନ ଏଡାଇବାକୁ ମେଣ୍ଟ ସହଯୋଗୀ ଦଳ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରି ବାଚସ୍ପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବାକୁ ବିଜେପି ଚାହୁଛି।
ଜୁନ୍ ୨୬ ତାରିଖରେ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/22rajnth.jpg)