କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ବିଜେପି-ଶିବସେନା ମଧ୍ୟରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଅକ୍ଟୋବର ମାସ ଶେଷ ଆଡକୁ ବିଧାନସଭା ନିର୍ବାଚନ ହୋଇପାରେ | ତେବେ ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଏବେଠୁ ଆରମ୍ଭ ହୋଇଗଲାଣି | ଶିବସେନା ପକ୍ଷରୁ ଏଥର ମୁଖ୍ୟମନ୍ତ୍ରୀ ପାଇଁ ଜୋରଦାର ଲବି ହେଉଥିବାର ଖବର ଶୁଣିବାକୁ ମିଳିଲାଣି | ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ କିନ୍ତୁ ଏହାକୁ ବିରୋଧ କରିଛନ୍ତି |

ତେବେ ଦୁଇ ଦଳ ବିଜେପି ଓ ଶିବସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଯାହାର ଅଧିକ ସଂଖ୍ୟାରେ ବିଧାୟକ ନିର୍ବାଚିତ ହେବେ ସେହି ଦଳର ନେତା ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ | ୧୯୯୫ ମସିହାରେ ମଧ୍ୟ ଏଭଳି କିଛି ଘଟଣା ଘଟିଥିଲା |ସେତେବେଳେ ଶିବସେନା ପକ୍ଷରୁ ୭୩ଟି ଆସନ ଜିତିଥିବାବେଳେ ବିଜେପି ଜିତିଥିଲା ୬୫ଟି ଆସନ |

ସେଥିପାଇଁ ସାଥି ଶିବସେନାକୁ ମୁଖ୍ୟମନ୍ତ୍ରୀ ଚୌକି ଛାଡିଦେଇଥିଲା ବିଜେପି | ସେହି ସୂତ୍ର ଏଥର ମଧ୍ୟ ନିର୍ବାଚନ ପରେ ଆପଣାଯିବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି |

ସମ୍ବନ୍ଧିତ ଖବର