କିଏ ହେବେ ଦେଶର ନୂଆ ସିଡିଏସ ?

ନୂଆଦିଲ୍ଲୀ : ଆଜି ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ବାଣେ ସେନାଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ନୂଆ ସେନାଧ୍ୟକ୍ଷଭାବେ ପଦଭାର ଗ୍ରହଣ କରିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ନାରାଓ୍ବାଣେଙ୍କ ଅବସର ସହ ଦେଶରେ ପୁଣି ନୂଆ ସିଡିଏସ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

କେତେକ ସୂଚନା ଅନୁସାରେ, ନାରାଓ୍ବାଣେ ହିଁ ଦେଶର ନୂଆ ସିଡିଏସ ଦୌଡରେ ସବୁଠାରୁ ଆଗରେ ରହିଛି । କାରଣ ସେ ଏବେ ତିନିବାହିନୀର କମାଣ୍ଡରଙ୍କ ମଧ୍ୟରେ ସବୁଠାରୁ ସିନିୟର ଅଛନ୍ତି । ଲେପ୍ଟନାଣ୍ଟ ଜେନେରାଲ ମନୋଜ କାନନଙ୍କ ଦ୍ବାରା ଫାଇନାନ୍ସିଆଲ ଏକ୍ସପ୍ରେସରେ ଲିଖିତ ଏକ ଲେଖାରେ କୁହାଯାଇଛି ଯେ ସାଧାରଣତଃ ଜଣେ ସେନାଧ୍ୟକ୍ଷ ଅବସର ଗ୍ରହଣ କରିବା ପୂର୍ବରୁ ସେ ସେନାର ବିଭିନ୍ନ ସ୍ଥାନରେ ଥିବା ଫର୍ମେସନଗୁଡ଼ିକ ବୁଲି ଦେଖିଥାନ୍ତି । କିନ୍ତୁ ଅବସର ପୂର୍ବରୁ ନାରାଓ୍ବାଣେ ସେପରି କିଛି କରିନାହାନ୍ତି । ଏଣୁ ତାଙ୍କୁ ସରକାର ଏକ ବଡ଼ ଦାୟିତ୍ବ ଦେବାର ସମ୍ଭାବନା ରହିଛି ।

ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର