ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀରେ ବନବାସରୁ ଫେରିଛି ବିଜେପି । ଆଉ ଆସୁ ଆସୁ ସରକାର ଗଢିବାକୁ କସରତ ଆରମ୍ଭ କରିଛି । ଦିଲ୍ଲୀ ୧୦ ଦିନରେ ନୂଆ ମୁଖିଆ ପାଉଛି ବୋଲି କୁହାଯାଉଛି । ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀ କେବେ ଶପଥ ଗ୍ରହଣ କରିବେ, ସେନେଇ ତାରିଖ ଠିକ୍ ତ ହେଇନି ହେଲେ ଶନିବାର ବଡ଼ ବିଜୟ ପରେ ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ କହିବା ମୁତାବକ, ଆସନ୍ତା ୧୦ରୁ ୧୫ ଦିନ ଭିତରେ ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ପାର୍ଟି ମୁଖ୍ୟମନ୍ତ୍ରୀ ଚୟନ ନେଇ ପୂରା ପ୍ରକ୍ରିୟା ପାଳନ କରିବ ବୋଲି ସେ କହିଛନ୍ତି । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏନଡିଏର ନେତାମାନେ ସାମିଲ ହେବେ । ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହିତ ଏନଡିଏର ନେତାମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି ଜଣାପଡିଛି । ତେବେ ଏବେ ନଜର ପକାନ୍ତୁ କିଏ ହେଇପାରନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ? ରେସରେ ଅଛନ୍ତି କିଏ କିଏ... ?

Advertisment

ମୁଖ୍ୟମନ୍ତ୍ରୀ ରେସରେ କିଏ କିଏ ?

ପ୍ରବେଶ ବର୍ମା
-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି ପ୍ରବେଶ ବର୍ମା
-ଯିଏ କି ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ନୂଆଦିଲ୍ଲୀ ଆସନରୁ ବିଜୟୀ ହୋଇଛନ୍ତି
-ଦିଲ୍ଲୀରେ ଆପକୁ ହରାଇବାରେ ତୁଲାଇଛନ୍ତି ପ୍ରମୁଖ ଭୂମିକା

ବାଂଶୁରୀ ସ୍ୱରାଜ
-ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରମୁଖ ଦାବିଦାର ବାଂଶୁରୀ ସ୍ୱରାଜ
-ପ୍ରଥମ ନିର୍ବାଚନରେ ବିଜୟୀ ହୋଇ ନୂଆଦିଲ୍ଲୀରୁ ହୋଇଛନ୍ତି ସାଂସଦ
-ମା ସୁଷମା ସ୍ବରାଜଙ୍କ ଭଳି ନିର୍ଭୀକ ଓ ସ୍ପଷ୍ଟବାଦୀ ନେତ୍ରୀ, ତେଣୁ ତାଙ୍କ ନାଁ ବି ଚର୍ଚ୍ଚା ହେଉଛି

ସ୍ମୃତି ଇରାନୀ
-ବିଜେପିର ପରିଚିତ ମହିଳା ଚେହେରା
-ସଂସଦରେ ସ୍ମୃତିଙ୍କ ଭାଷଣ ବେଶ ପ୍ରଭାବଶାଳୀ
-ନିର୍ବାଚନ ପ୍ରଚାରରେ ତୁଲାଇଛନ୍ତି ସକ୍ରିୟ ଭୂମିକା 

ମୋହନ ବିଷ୍ଟ
-ଦଳର ଅନ୍ୟତମ ଟାଣୁଆ ନେତା
-ମୁସ୍ତାଫାବାଦ ଆସନରୁ ବିପୁଳ ଭୋଟରେ ବିଜୟୀ
-ମୁସଲମାନ ବହୁଳ ଆସନରେ ଦଳ ପାଇଁ ସାଜିଲେ ଟ୍ରମ୍ପକାର୍ଡ 

ମନୋଜ ତିୱାରୀ
-ଦିଲ୍ଲୀ ପ୍ରଦେଶ ବିଜେପିର ସକ୍ରିୟ ନେତା
-ଉତ୍ତରପୂର୍ବ ଦିଲ୍ଲୀ ଆସନରୁ ତିନି ତିନି ଥରର ସାଂସଦ
-ଦିଲ୍ଲୀ ବିଜେପିର ସଭାପତି ଭାବେ ତୁଲାଇଥିଲେ ଦାୟିତ୍ବ

ବୀରେନ୍ଦ୍ର ସଚଦେବା
-ବର୍ତ୍ତମାନ ଦିଲ୍ଲୀ ବିଜେପିର ସଭାପତି ଅଛନ୍ତି
-ଶୀର୍ଷ ନେତୃତ୍ୱଙ୍କର ବି ସେ ଭାରି ନିକଟତର
-ସାଂଗଠନିକ ଦକ୍ଷତା ଓ ଅଭିଜ୍ଞ ରାଜନେତା, ତେଣୁ ତାଙ୍କୁ ବି ମିଳିପାରେ ମୁଖିଆ ପଦ