ଅଗ୍ରାଧିକାର ଭିତ୍ତିରେ ଚୟନ ହୋଇଥିବା ୩୦ କୋଟି ହିତାଧିକାରୀଙ୍କୁ ଟିକା ଦେବା ପାଇଁ ଦେଶରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକା ବାହାର କରିବାକୁ ବିଶ୍ୱର ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ସମୟରେ ଅଗ୍ରାଧିକାର ଭିତ୍ତିରେ ଚୟନ ହୋଇଥିବା ୩୦ କୋଟି ହିତାଧିକାରୀଙ୍କୁ ଟିକା ଦେବାକୁ ଚିହ୍ନଟ ପ୍ରକିୟା ଆରମ୍ଭ କରିଛି ଭାରତ । ପ୍ରାଥମିକ ଭାବେ ୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ୨ କୋଟି ପୁଲିସ କର୍ମଚାରୀ, ମୁନିସିପାଲ କର୍ମଚାରୀ ଓ ସେନା ବାହିନୀର ଯବାନ, ୨୬ କୋଟି ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଏହି ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି ।

Homeopaths sell injections containing strychnine, lead, mercury. Seriously | Ars Technica
Ars Technica

ସେମାନଙ୍କୁ ୬୦ କୋଟି ଟିକାର ଡୋଜ୍ ଦିଆଯିବାକୁ ଆକଳନ କରାଯାଇଛି । ଟିକାର ବ୍ୟବହାର ପାଇଁ ଅନୁମତି ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ । ବର୍ତ୍ତମାନ ଦେଶରେ ତିନିଟି ଟିକାର ମାନବ ପରୀକ୍ଷଣ ଜାରି ରହିଛି । ଏଥିରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ସହ ସହବନ୍ଧିତ ଥିବା ପୁନେର ଔଷଧ କମ୍ପାନି ସିରମ୍ ଇନଷ୍ଟିଚ୍ୟୁଟର ଟ୍ରାଏଲ ସବୁଠୁ ଆଗରେ ରହିଛି । ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଆସିଯିବ ବୋଲି କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର