ନୂଆଦିଲ୍ଲୀ: ଦଳର ସ୍ବାର୍ଥ ଉପରେ ଦେଶର ସ୍ବାର୍ଥ ସର୍ବଦା ରହିବା ଉଚିତ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ବାକ୍ୟକୁ ଉଦ୍ଧାର କରି କଂଗ୍ରେସର ବରିଷ୍ଠ ନେତା ତଥା ତିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ଏହା କହିଛନ୍ତି। ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ଉପରେ ଜାତୀୟ ଏକତା ରହିବା ଆବଶ୍ୟକ। ଯଦି ଭାରତ ମରିଯାଏ ତାହେଲେ କିଏ ବଞ୍ଚିବ?  ବୋଲି ଥରୁର ମତ ଦେଇଛନ୍ତି। ନିକଟରେ ଥରୁର ସର୍ବଦଳୀୟ ସାଂସଦମାନଙ୍କ ନେତୃତ୍ବ ନେଇ ବିଦେଶ ଗସ୍ତରେ ଯିବା କାରଣରୁ ନିଜ ଦଳ ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଉଛି।

Advertisment

କୋଚିଠାରେ ଜଣେ ହାଇସ୍କୁଲ ଛାତ୍ର ଏ ନେଇ ପ୍ରଶ୍ନ କରିବାରୁ ତାହାର ଉତ୍ତରରେ ଥରୁର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଥରୁର କହିଛନ୍ତି, ଦେଶ ଯେତେବେଳେ ବିପଦରେ ପଡ଼ିଛି ସେତେବେଳେ ଭିନ୍ନମତକୁ ଅଲଗା ରଖିବା ଆବଶ୍ୟକ। ଭାରତ ପ୍ରଥମେ ଆସିବା ଆବଶ୍ୟକ। ଏହା ହେଲେ ଯାଇ ଆମେ ସମସ୍ତେ ବଞ୍ଚିପାରିବା। ଦେଶକୁ ସେବା ଏବଂ ଉନ୍ନତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ କେବଳ ଗାଡ଼ି ଭଳି ଏକ ସାଧନ ବୋଲି ଥରୁର କହିଛନ୍ତି।