ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଏହା ସହ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମନୀଷ ସିସୋଦିଆ ତାଙ୍କ ସ୍ଥାନ ନେବେ ନାହିଁ। ଏପରିକି ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଆଉ ଜଣେ ନେତା ମୁଖ୍ୟମନ୍ତ୍ରୀ ପଦରେ ରହିବେ ଏବଂ କେଜ୍ରିଓ୍ବାଲ ଓ ମନୀଷ ଲୋକଙ୍କ ପାଖକୁ ଯିବେ ।
ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାୟକ ଦଳ ବୈଠକ ବସିବ ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ। ଏହା ସହ ଦିଲ୍ଲୀରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ସେ ନିର୍ବାଚନ କମିଶନଙ୍କୁ ଦାବି କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ନଭେମ୍ବରରେ ମହାରାଷ୍ଟ୍ର ସହିତ ଦିଲ୍ଲୀରେ ମଧ୍ୟ ନିର୍ବାଚନ ହେବା ଉଚିତ।
ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାୟକ ଦଳ ବୈଠକ ବସିବ ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ। ଏହା ସହ ଦିଲ୍ଲୀରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ସେ ନିର୍ବାଚନ କମିଶନଙ୍କୁ ଦାବି କରିଛନ୍ତି।
କେଜ୍ରିୱାଲଙ୍କ ଇସ୍ତଫା ପରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ସବୁଠୁ ଆଗରେ ରହିଥିଲା। ତେବେ ମଦ ଦୁର୍ନୀତିମାମଲାରେ ଜେଲରୁ ମୁକୁଳିବା ପରେ ପୂର୍ବତନ ଶିକ୍ଷାମନ୍ତ୍ରୀ କୌଣସି ମନ୍ତ୍ରୀ ପଦ ଗ୍ରହଣ କରି ନାହାନ୍ତି ଏବଂ ଦଳକୁ କ୍ୟାବିନେଟରୁ ଅଲଗା ହୋଇ ଦଳର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏଭଳି ସ୍ଥିତିରେ ଦଳର ଆଉ କେତେ ନେତାଙ୍କ ନାମ ଆଗକୁ ଆସିଛି । ସେଥିମଧ୍ୟରୁ ମନ୍ତ୍ରୀ ଆତିଶୀ ମାର୍ଲେନା ଓ ସୌରଭ ଭରଦ୍ୱାଜଙ୍କ ନାମ ସବୁଠୁ ଆଗରେ ରହିଛି। ତେବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ନାମ ବି ଚର୍ଚ୍ଚାରେ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/5hMyIjNqBgs90L9oM0dL.jpeg)